ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ଗୁଟଖା ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଆନ୍ଧ୍ର ପୋଲିସର ସୂଚନା ପ୍ରକାରେ ଗଜପତି-ଆନ୍ଧ୍ର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ବିପୁଳ ପରିମାଣର ନକଲି ବିଦେଶୀମଦ ସହ ଗୁଟଖା ଜବତ କରଯାଇଥିବାର ଜଣାପଡିଛି । ସୁଚନା ଯୋଗ୍ୟ,ଆନ୍ଧ୍ର ପୋଲିସ ପକ୍ଷରୁ ମଦ ପରିବହନ କରୁଥିବା ଏକ ଗାଡିକୁ ଯାଞ୍ଚ କରି ୮୦ପେଟି ନକଲି ବିଦେଶୀମଦ ଜବତ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ହୋଇଥିବା ୪ଜଣଙ୍କ ଠାରୁ ଆନ୍ଧ୍ର ପୋଲିସ ତଦନ୍ତ କରି ତଥ୍ୟ ସଂଗ୍ରହ ଦ୍ୱାରା ଜାଣିପାରିଲେ ପାରଳାଖେମୁଣ୍ଡି-ରାଣୀପେଣ୍ଠ ଗ୍ରାମ ରାସ୍ତା ତଥା ଗୁମ୍ମା ନାଳ ନିକଟରେ ଥିବା ଏମ୍‌.ଆର୍‌.ଏଫ୍‌. ଟାୟାର ସୋରୁମ ପଛପଟେ ଥିବା ଏକ ପରିତ୍ୟକ୍ତ ଘରେ ଏହି ନକଲି ବିଦେଶାମଦ କାରଖାନା ଚାଲୁରହିଛି ଏହି ତଥ୍ୟକୁ ଗଜପତି ପୋଲିସ ଓ ଅବକାରୀ ବିଭାଗକୁ ଆନ୍ଧ୍ର ପୋଲିସ ସୁଚନା ଦେବା ପରେ ଗଜପତି-ଆନ୍ଧ୍ର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ଉପସ୍ଥିତିରେ ତାଲା ଭାଙ୍ଗାଯାଇ ତଦନ୍ତ କରାଯାଇଥିଲା । ଚଢାଉ ବେଳେ ନକଲି ବିଦେଶୀ ମଦ ଓ ଗୁଟଖା ସହ ହୋମିଓ ସ୍ପିରଟ ଆଦିକୁ ଜବତ କରାଯାଇଥିବାର ଜଣାପଡିଛି । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୫୪ ପେଟି ବିଦେଶୀ ମଦ, ୪ ପେଟି ହୋମିଓ ସ୍ପିରିଟ, ୩୦ ବସ୍ତା ଗୁଟଖା ରହିଛି । ଏହି ଚଢାଉରେ ଗଜପତି ଜିଲ୍ଲା ଅବକାରୀ ଅଧିକାରୀ ବାଳକୃଷ୍ଣ ପରିଡା, ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ଅବକାରୀ କମିଶନର କେ.ଗୋପାଳଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଅବକାରୀ ନିରିକ୍ଷକ ବାଳକୃଷ୍ଣ ପରିଡା,ଅବକାରୀ ଅଧିକାରୀ କିଶୋର ଚନ୍ଦ୍ର ରଥ, ଚିତ୍ତରଞ୍ଜନ ଜେନା ପ୍ରମୁଖଙ୍କ ସହ ପୋଲିସ ଓ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ