ବିବାହିତ ମହିଳାଙ୍କୁ ଦୁଃଷ୍କର୍ମ ଜଣେ ଅଟକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ଗାରବନ୍ଧ ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ଦୁଃଷ୍କର୍ମ ଅଭିଯୋଗରେ ପୋଲିସ ଜଣକୁ ଅଟକ ରଖି ତଦନ୍ତ ଚାଲୁରଖିଛି । ଘଟଣାରୁ ପ୍ରକାଶ ଯେ,କଇଁପୁର ଗ୍ରାମର ଜଣେ ୧୯ ବର୍ଷିଆ ବିବାହିତ ମହିଳାଙ୍କୁ ତାଙ୍କ ପଡୋଶୀ ଦୁଃଷ୍କର୍ମ କରିଥିବା ଗାରାବନ୍ଧ ଥାନାରେ ଅଭିଯୋଗ ହୋଇଛି । ଏଥିରେ ପୋଲିସ ଜଣକୁ ଅଟକ ରଖିଛି । ବୁଧବାର ରାତି ୧୧ଘଣ୍ଟା ସମୟରେ ମହିଳା ଜଣକ କଇଁପୁର ସ୍ଥିତ ନିଜ ବାସଗୃହ ବାହାରକୁ କୌଣସି କାରଣରୁ ଯାଇଥିବା ବେଳେ ତାଙ୍କ ପଡିଶା ଘରେ ରହୁଥିବା ରକିମ୍ ସରକାର (୩୨) ତାଙ୍କୁ ଦୁଃଷ୍କର୍ମ କରିଥିଲେ । ଅଭିଯୋଗକୁ ନେଇ ଗାରାବନ୍ଧ ଥାନାରେ ୧୦୧/୧୯ ନଂ. ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରକିମ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଇ ଡାକ୍ତରି ମାଇନା ପାଇଁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିବା ତଦନ୍ତ ଅଧିକାରୀ ଏସ୍. ଆଇ ସୁଶାନ୍ତ କୁମାର ସେଠୀଙ୍କ ସୁତ୍ରରୁ ପ୍ରକାଶ ।


