ଗଜପତିରେ ବିଜେଡିର ପ୍ରତିଷ୍ଠା ଦିବସ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲା ବିଜୁ ଜନତାଦଳ ତରଫରୁ ବିଜେଡିର ପ୍ରତିଷ୍ଠା ଦିବସ ପଳିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି କଲେଜ ଛକ ଠାରେ ଜିଲା ବିଜେଡି ପକ୍ଷରୁ ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରଥମେ ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୂସ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଜିଲା ସଭାପତି ପ୍ରଦିପ କୁମାର ନାୟକ ଏହି ଅବସରରେ ଦଳୀୟ କର୍ମି ମାନଙ୍କୁ ସମ୍ବୋଧନ କରି ଏହି ଦଳ ବିଜୁ ପଟ୍ଟନାୟକଙ୍କ ପ୍ରେରଣା ଓ ଉତ୍ସରେ ଅନୁପ୍ରାଣୀତ ହୋଇଛି ବୋଲି କହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଯୋଗୁ ରାଜ୍ୟବାସୀ ବାରମ୍ବାର ଏହି ଦଳକୁ ଶାସନ ଗାଦିରେ ବସାଇବା ସହ ବିଶ୍ୱାସକୁ ନେଇଛନ୍ତି । ଏହି ବିଶ୍ୱାସକୁ ପାଥେୟ କରି ସମସ୍ତ କର୍ମିମାନେ ଏକତ୍ରୀତ ହୋଇ ସଂଗଠନ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଥିଲା । ଆଗାମି ଦିନରେ ଜିଲା ବିଜେଡି ଅଧିକ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବକ୍ତା ମତ ଦେଇଥିଲେ । ଜିଲା ବିଜେଡି ପ କ୍ଷରୁ ଏହି ଅବସରରେ ବହୁ ବିକାଶମୁଖି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ପୁର୍ବତନ ଜିଲା ସଭାପତି ବସନ୍ତ ଦାସ, ଜିଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ପାଣ୍ଟାଲା ପ୍ରସାଦ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କର୍ମି ଓ ନେତା ଉପସ୍ଥିତ ଥିଲେ ।


