ବିଭିନ୍ନ ପଞ୍ଚାୟତରେ ଗାନ୍ଧିଜୟନ୍ତୀ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତ ଠାରେ କୋଭିଡ ଆଇନ ଅନୁଯାୟୀ ଗାନ୍ଧୀଜୟନ୍ତୀ ପାଳିତ ହୋଇଛି । ବ୍ଲକର ସରସଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରାଙ୍କ ସଂଚାଳନାରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଏବ ସରପଞ୍ଚ ସନ୍ତୋଷ କୁମାର ପରିଡା, ସାମାଜିକ କର୍ମୀ ରାମଚନ୍ଦ୍ର ସେନାପତି, ଦେବେନ୍ଦ୍ର ବେହେରା, ଅଶୋକ କୁମାର ସ୍ୱାଇଁ, ବିକାଶ କୁମାର ସ୍ୱାଇଁ, ସାନ୍ତନୂ ଜେନା, ପ୍ରମିଳା କୁମାରୀ ନାୟକ ପ୍ରମୁଖ ଉପସ୍ଥିତ ରହି ଜାତିରପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ । ସେହିଭଳି ନେରଡା ପଞ୍ଚାୟତ ଠାରେ ସରପଞ୍ଚ ବଦ୍ରୀନାରାୟଣ ରାଉତ, ରଣଜିତ ଠାରେ ମନୋଜ ନାୟକ, ବାଲିପୋଖରୀ ଠାରେ ରଞ୍ଜୁଲତା ସେଠୀ, ମାଳଦା ଠାରେ ରୀତାଞ୍ଜଳୀ ସାମଲ, ଜଳମଣ୍ଡୁଆ ଠାରେ ଜଗବନ୍ଧୁ ଦାସଙ୍କ ସଂଯୋଜନାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ