ବିଜେପି ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ କ୍ରାନ୍ତି ମଇଦାନ ଠାରେ ବିଜେପି ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି । ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ କର୍ମୀମାନେ କ୍ରାନ୍ତି ମଇଦାନ ଠାରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ପୂଜ୍ୟପୂଜା ର ସମ୍ମାନାର୍ଥେ ଭଣ୍ଡାରିପୋଖରୀ ଥାନା ପରିସରରେ ଥିବା ସହିଦ ସ୍ମାରକୀ ସ୍ତମ୍ବ, ଗୋପବନ୍ଧୂଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଦଳପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ପରେ ଶ୍ରୀ ଧଳ, କର୍ମୀମାନଙ୍କ ସହିତ ବଳଦେବଜୀଉ ପୀଠ ମଞ୍ଜୁରୀଠାରେ ପହଞ୍ଚି ସେଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂତ୍ତର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ମାଳିପଦୀ ସ୍ଥିତ ସ୍ୱାଧିନତା ସଂଗ୍ରାମୀ କୃପାସିନ୍ଧୁ ମହାନ୍ତି ଓ ପିରିପୁର ଗ୍ରାମର ସ୍ୱାଧିନତା ସଂଗ୍ରାମୀ ଶଶୀଭୂଷଣ ଦାସଙ୍କୁ ଦଳପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ସମ୍ଫୂର୍ଣ୍ଣ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ପ୍ରଦ୍ୟୁମ୍ନ ସେନାପତି, ରବିନାରାୟଣ ସାହୁ, ପ୍ରତିକ ଗୋଚ୍ଛାୟତ, କରୁଣାକର ସାହୁ, ମାନସ ଜେନା, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


