ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ
ଗଞ୍ଜାମ , ( ଯୁଗାବ୍ଦ ନ୍ୟୁଜ) : ଓଡିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ ଶନବାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଶତ୍ରୁଶୋଲ ବାତ୍ୟା ଆଶ୍ରୟସ୍ଥଳୀକୁ ପରିଦର୍ଶନ କରିବା ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସ୍ଥଳ ପରିଚାଳନା କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣା ସଂପର୍କରେ ବୁଝିଥଲେ । ଏହି ଟିମର ଅଧିକାରୀ ଲେପ୍ଟେଏନସି ମାରାଓ ଙ୍କ ସହ ଗଞ୍ଜାମ ବିଡିଓ ଶ୍ରୀ ଜ୍ୟୋତି ଶଙ୍କର ରାୟ ,ଗଞ୍ଜାମ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତି ପ୍ରଜ୍ଞା ପରିମିତା ଥାଟୋଇ , ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶ୍ରୀ ପ୍ରଭୁପ୍ରସାଦ ମହାରଣା , କମ୍ୟୁନିଟ ମୋବାଲାଇଜର ଶ୍ରୀ ସୁବ୍ରତ ମହାନ୍ତି ପ୍ରମୁଖ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଉଦ୍ଧାରକାରୀ ଉପକରଣ ବୁଲି ଦେଖିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଶତୃସୋଲ ଗ୍ରାମବାସୀ , ଗ୍ରାମ୍ୟ କମିଟି ସଭାପତି ଶ୍ରୀ ବିକ୍ରମ ପଲାଇ , ୱାର୍ଡ ସଭ୍ୟ ବିଭୂତି ଭୂଷଣ ସୁର , ପ୍ରଶାନ୍ତ ପ୍ରଧାନ , ଜଳନ୍ଧର ରାଉତ , ଗଦାଧର ଜେନା , ସଂଜୟ ପଲାଇ, ଯଶୋବନ୍ତପଲାଇ , ବୈକୁଣ୍ଠ ପଲାଇ ପ୍ରମୁଖ ଯୋଗଦେଇଥିଲେ ।


