ଦୃଷ୍ଟି ଆଢୁଆଳ ରେ ଗୁଦଗୁଦା ଜଳପ୍ରପାତ

(ଯୁଗାବ୍ଦ ନ୍ୟୁଜ )ପାଖେଉ ଆସିଲାଣି ଶୀତ ଋତୁ ପର୍ଯ୍ୟଟକ ମାନେ ପର୍ଯ୍ୟଟନ ସ୍ଥଳୀ ର ମଜ୍ଜାନେବା ପାଇଁ ପ୍ରସ୍ତୁତ ହେଲେଣି । ଏହି କ୍ରମରେ ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ୭କିମି ଦୂରରେ ଅନ୍ତରବା ଯିବା ରାସ୍ତା କଡରେ ଘଞ୍ଚଜଙ୍ଗଲ ମଧ୍ୟରେ କୁଳକୁଳୁ ହୋଇ ବହି ଯାଇଛି ଗୁଦଗୁଦା ଜଳ ପ୍ରପାତ ଏହାର ମନଲୋଭା ପରିବେଶ ପର୍ଯ୍ୟଟକ ମାନଙ୍କୁ ଖୁବ ଆତ୍କୃଷ୍ଟ କରିଥାଏ ,ଏଥିପାଇଁ ବହୁ ଦୂରଦୂରାନ୍ତ ରୁ ଲୋକମାନଙ୍କ ର ଭିଡ ଜମିଥାଏ । କିନ୍ତିୁ ଲୋକେ ଯିବା ପାଇଁ ନା ରାସ୍ତା ଖଣ୍ଡିଏ ନାହିଁ ବହୁ ଅସୁବିଧା ରେ ଲୋକମାନେ ଚାଲି ଚାଲି ଯିବା କୁ ପଡୁଥାଏ । ଯଦି ଏଥିପ୍ରତି ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟସରକାର ଙ୍କ ପର୍ଯ୍ୟଟନ ବିଭାଗ ଧ୍ୟାନ ଦିଅନ୍ତେ ତାହେଲେ ଜିଲ୍ଲା ର ପ୍ରମୁଖପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିଥାନ୍ତା ଗୁଦଗୁଦା ଜଳପ୍ରପାତ । ମୋହନା ବ୍ଲକ ରେ ପ୍ରାୟ ଜଳପ୍ରପାତ ରହିଛି ସେଗୁଡିକର ଯଦି ପୁନରୁଦ୍ଧାର ହୋଇପାରିଥାନ୍ତା ଲୋକ ତାର ବେଶ ମଜା ନେଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ