ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ରାମନଗର ଠାରେ ଥିବା ଚାଇଲ୍ଡଲାଇନ ପକ୍ଷରୁ ଶିଶୁମାନଙ୍କ ଉଦ୍ଦ୍ୟେଶରେ ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଦିବସ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ବିଭିନ୍ନ ଅଞ୍ଚଳରେ ଆୟୋଜିତ କରାଯାଇ ଶିଶୁ ମାନଙ୍କ ସହ ଚାଇଲ୍ଡ ଲାଇନର ସମ୍ପର୍କକୁ ସୁଦୃଢ କରିବାପାଇଁ ଏକ ନିଆରା ପ୍ରୟାସ କରାଯାଇଛି । ଏଥିରେ ମୁଖ୍ୟତଃ ଚାଇଲ୍ଡ ଲାଇନ ଦ୍ୱାରା ଶିଶୁ ମାନଙ୍କୁ ଏକ ସବୁଜ ରଂଗର ବ୍ୟାଣ୍ଡ ହାତରେ ପିନ୍ଧିବାପାଇଁ ଦିଆଯାଉଛି ଯାହାକି ଚାଇଲ୍ଡ ଲାଇନ ଓ ଶିଶୁ ମାନଙ୍କ ମଧ୍ୟରେ ସମ୍ପର୍କର ଏକ ପ୍ରମାଣ ସ୍ୱରୂପ କାମ କରିବ । ଯେ କୌଣସି ଅସୁବିଧା ସମୟରେ ଶିଶୁ ମାନେ ଯେପରି ଚାଇଲ୍ଡ ଲାଇନକୁ ଭରସାକୁ ନେବେ ସେଥିପାଇଁ ଏପରି ଏକ କାର୍ଯ୍ୟକ୍ରମ କରାଯାଇଛି । ପାରଳାଖେମୁଣ୍ଡି ରାମନଗର ବସ୍ତି ଅଞ୍ଚଳରେ ୫୦ରୁ ଉର୍ଦ୍ଧ ଶିଶୁ ମାନଙ୍କ ସହ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଶିଶୁ ମାନଙ୍କ ଅମୋଦ ପ୍ରମୋଦ ପାଇଁ ବ୍ୟବସ୍ଥା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡ ଲାଇନର ବି.ସୁରେଶ କୁମାର ଓ ଭେଙ୍କେଟେଶ ସେନାପତି ଉପସ୍ଥିତ ରହି ପରିଚାଳନା କରିଥିଲେ ।


