ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ସହ ଆଲୋଚନା କଲେ କଲେଜ କର୍ତ୍ତୁପକ୍ଷ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ନାନା ସମସ୍ୟା ରହିଥିବାବେଳେ ଆଜି କଲେଜ କର୍ତ୍ତୁପକ୍ଷ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ ଭେଟି କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଜି ବିଧାୟକ ଭାଗିରଥି ସେଠୀ ହାଟଡିହି କଲେଜକୁ ଯାଇଥିବାବେଳେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ବରିଷ୍ଠ ପ୍ରାଧ୍ୟାପକ ହେମନ୍ତ କୁମାର ସାହୁ, ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ରବିନ୍ଦ୍ର କୁମାର ଜେନା, ଗଙ୍ଗାଧର ପରିଡା, ଅନନ୍ତ ଚରଣ ବେହେରା, ରଘୁନାଥ ରାଉତ ପ୍ରମୁଖ ବିଧାୟକଙ୍କୁ କଲେଜର ରାସ୍ତା ସମସ୍ୟା ଓ ପିଇବା ପାଣି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷକରି ଅ୍ରାନନ୍ଦପୁର ଭଦ୍ରକ ମୁଖ୍ୟ ରାସ୍ତାରୁ କଲେଜ ପର୍ଯ୍ୟନ୍ତ ଆସିଥିବା ରାସ୍ତାଟି ସାମାନ୍ୟ ବର୍ଷାରେ ବୁଡି ଯାଉଥିବାରୁ ଛାତ୍ରଛାତ୍ରୀମାନେ କଲେଜକୁ ଆସିବାକୁ ନାନା ଅସୁବିଧା ଭୋଗ କରୁଥିବା ନେଇ ବିଧାକଙ୍କୁ ଜଣାଇଥିଲେ । ସେହିପରି କଲେଜରେ ନଳକୂପଟି ନଷ୍ଟ ହେରଇଯାଇଥିବାରୁ ଛାତ୍ରଛାତ୍ରୀ ମାନେ ଧୁଆଧୁଇ ଓ ପିଇବା ପାଣି ନେଇ ନାନା ସମସ୍ୟା ଭୋଗ କରୁଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବାପରେ ବିଧାୟକ ଶ୍ରୀଯୁକ୍ତ ସେଠୀ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ହାତପାଣ୍ଠିରୁ ଅନୁଦନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ