ଅତ୍ୟାବଶ୍ୟକୀୟ ଦ୍ରବ୍ୟ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡି ପକ୍ଷରୁ ଧାରଣା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ , ଖାଇବା ତେଲ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ସାରା ଓଡ଼ିଶାରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖରେ ସଭାନେତ୍ରୀ ରଶ୍ମିତା ପାଢ଼ୀ ଙ୍କ ସଭାପତିତ୍ୱରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ପ୍ରଫୁଲ ସାମଲ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିବା ବେଳେ ଲୋକେ ଏହାର ସଠିକ ଜବାବ ଦେବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ସଞ୍ଜୁ ପୂର୍ତ୍ତି, ମହିଳା ନେତ୍ରୀ ଅଲିଭା ନାୟକ, ତନିମା ରାଉତ, ପ୍ରମିଳା ସାହୁ, କୁନ୍ତଳା କୁମାରୀ ସାହୁ ପ୍ରମୁଖ ପ୍ରତିବାଦ ସଭାରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଅପାରଗତାକୁ ତୀବ୍ର ସମାଲୋଚନା କରିଥିଲେ। ଏହାଛଡା ଧାରଣା ସ୍ଥଳରେ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବ୍ଲକ ଯୁବ ବିଜେଡି ସଭାପତି ଲଳିତ କୁମାର ରାଉତ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଉତ୍କଳ କେଶରୀ ମହାନ୍ତି, ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ବିରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଆଖପାଖ ଅଞ୍ଚଳର ବହୁ ମହିଳା ଯୋଗଦେଇଥିଲେ।


