ବିମାନବନ୍ଦରରେ କାଢିବାକୁ ପଡ଼ିଲା ସାପ ଚିହ୍ନ ଥିବା ଟି-ସାର୍ଟ
ଜୋହାନ୍ସବର୍ଗ : ଦକ୍ଷିଣ ଆଫି୍ରକାର ଜୋହାନ୍ସବର୍ଗ ସ୍ଥିତ ଓଆର୍ ଟାମ୍ବୋ ବିମାନ ବନ୍ଦରରେ ଅଧିକାରୀମାନେ ୧୦ବର୍ଷର ଏକ ପୁଅର ଟି-ସାର୍ଟକୁ କାଢିବାକୁ ବାଧ୍ୟ ହୋଇଛନ୍ତି । ଅଫିସରମାନେ ଯେଉଁ ପୁଅଟିର ଟି-ସାର୍ଟ ବଦଳାଇଲେ ସେ ନ୍ୟୁଜିଲାଣ୍ଡରୁ ପରିବାର ସହ ଆଫ୍ରିକା ବୁଲିବାକୁ ଆସିଥିଲା । ଅଧିକାରୀଙ୍କ ଯୁକ୍ତି ଥିଲା ଟି-ସାର୍ଟରେ ଥିଲା ସାପଚିହ୍ନ । ବିମାନ ବନ୍ଦରର ଅଧିକାରୀମାନେ କହିଛନ୍ତି ଯେ, ପିଲାଟିର ସାର୍ଟରେ ସାପ ଚିହ୍ନ ଥିବାରୁ ଆମେ ତାକୁ ଓହ୍ଲାଇବା ପାଇଁ କହିଥିଲୁ । କାରଣ ଏହି ଚିତ୍ର ବିମାନ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ଅସୁବିଧାରେ ପକାଇପାରେ ବୋଲି ଆମେ ଅନୁଭବ କରିଥିଲୁ । ତେଣୁ ସାର୍ଟ କାଢିବା ପରେ ତାକୁ ଅନ୍ୟ ଏକ ସାର୍ଟ ପିନ୍ଧିବା ପାଇଁ କହିଥିଲୁ । ୧୦ବର୍ଷର ଏହି ବାଳକର ବାପା-ମାଆ ତାକୁ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧାଇଥିଲେ ।


