ବିଶ୍ୱରେ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ଆମର ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଭାରତ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ଗ୍ରହଣ କରି ବିଶ୍ୱରେ ଏକ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ତଥା ଘରୋଇ ସମ୍ବଳର ବ୍ୟବହାର କରି ଉର୍ଜା ଚାହିଦା ପୂରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାରତରେ ସ୍ଥାୟୀ ବିମାନ ଇନ୍ଧନର ବ୍ୟବହାରକୁ ବଢ଼ାଇବା ଦିଗରେ ବିଶ୍ୱ ଅର୍ଥନୀତି ଫୋରମ(ଡବ୍ଲୁଇସି)ର “କ୍ଲିନ୍ ସ୍କାଏ୍ ଫର୍ ଟୁମୋର”ର କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନାର ରୂ ରେଖ ଅଥବା ବ୍ଲୁ ପ୍ରିଂଟ୍ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଭାରତର ଉର୍ଜା ରୂ ।ନ୍ତରଣ, ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ଅଣାଯାଇଥିବା ନୀତି ସଂସ୍କାର, ଜୈବଇନ୍ଧନ ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ଘରୋଇ ସମ୍ବଳ ଦ୍ୱାରା କମ୍ ଅଙ୍ଗାରକାମ୍ଳ ଯୁକ୍ତ ଇନ୍ଧନ ହାସଲ କରିବା ଉପରେ ଆଲୋକପାତ କରିଛନ୍ତି । ୨୦୧୯ରେ ଭାରତ ଦ୍ୱାରା ସ୍ଥାୟୀ ବିମାନ ଇନ୍ଧନର ବ୍ୟବହାର ବୃଦ୍ଧି କରାଯାଇଥିବା ବେଳେ ଭାରତୀୟ ବିମାନ ସେନାର ଏୟାରକ୍ରାଫ୍ଟରେ ୧୦ ପ୍ରତିଶତ ବାୟୋ-ଜେଟ୍ ଫ୍ୟୁଏଲ ବ୍ୟବହାର କରାଯାଇଛି ଏବଂ ୨୦୧୮ ମସିହାରେ ସ୍ପାଇସ ଜେଟର ବିମାନରେ ବାୟୋ ଫୁଏଲ ମିଶ୍ରିତ ଇନ୍ଧନ ସଫଳତା ଭାବରେ ବ୍ୟବହାର କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି । କୃଷିଜାତ ବର୍ଜ୍ୟବସ୍ତୁ, ସୁଗାର ଷ୍ଟ୍ରିମ ଏବଂ ସହରାଂଚଳର ବର୍ଜ୍ୟବସ୍ତୁ ସାହାଯ୍ୟରେ ଜୈବଇନ୍ଧନ ପ୍ରସ୍ତୁତ କରାଯାଇପାରିବ ବୋଲି ବିଶ୍ୱ ଅର୍ଥନୀତି ଫୋରମର ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯାହା ସ୍ଥାୟୀ ବିମାନ ଇନ୍ଧନ ପାଇଁ ଉପଯୋଗୀ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏହି ସବୁ ବ୍ୟବହାର କରି ସ୍ୱଚ୍ଛ ଇନ୍ଧନ ପ୍ରସ୍ତୁତ କରିବା ଦିଗରେ ବହୁ ଆଗରୁ କାର୍ଯ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ