ବିଶ୍ୱ ପରିବେଶ ଦିବସ ପାଳିତ ସାମାଜିକ ଦୂରତା ରଖି ଚାରା ରୋପଣ କଲେ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ର କେନ୍ଦୁପଦର ଓ ଦାମିଗାଁ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ କପିଳେଶ୍ୱର ଯୁବକ ସଙ୍ଘ ଦାମିଗାଁ ର ମିଳିତ ଆନୁକୂଲ୍ୟରେବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ସାଗୁଆନ, ପିଆସାଳ ଓ ଚାକୁଣ୍ଡା ଇତ୍ୟାଦି ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ସଂଯୋଜକ ନଭଜିତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା ଏବଂ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ରଚିତା ରାଣୀ ସାହାଣୀ ,ଅନୁଜ ବିକ୍ରମ ପାତ୍ର,ଜୋତିର୍ମୟୀ ରଣା,କୁଶ ପାତ୍ର, କମଳ ଲୋଚନ ଦେହୁରୀ ଏବଂ ଯୁବକ ସଙ୍ଘର ଅନ୍ୟ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


