ବିଷାକ୍ତ ସାପ କାମୁଡ଼ାରେ ଶିଶୁ ମୃତ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ସାନଖେମୁଣ୍ଡି ବ୍ଳକ ପୋଡ଼ା ମାରି ଗ୍ରାମ ପନ୍ଦରା ସାହିର ୩ ବର୍ଷର ଶିଶୁ ରିତେଶ ବାଡତ୍ୟା ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ଭୋର ରେ ଘରେ ଶୋଇଥିବା ବେଳେ ତାଙ୍କୁ କୌଣସି ବିଷାକ୍ତ ସାପ କାମୁଡି ଦେଇଥିଲା।ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବାପରେ ପାଟପୁର ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା ପଠାଇଥିଲେ।ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଖବର ପାଇ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ ପ୍ରଦାନ ପାଇଁ ପୋଡ଼ା ମାରି ରାଜସ୍ଵ ସର୍କଲ ଇନ୍ସପେକ୍ଟର ରୁନା ବେହେରା ଙ୍କୁ ନିର୍ଦ୍ଦେଶ ଦେଇଥିବା ଜିଲା ପରିଷଦ ସଦସ୍ୟ ଗଦା ଧର ସ୍ବାଇଁ ଜଣାଇଛନ୍ତି।


