କବି ସମ୍ରାଟ ସାହିତ୍ୟ ସଂସଦର ସ୍ବ ନକ୍ଷତ୍ର ଦିବସ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ରବିବାର ଦିନ କବି ସମ୍ରାଟ ସାହିତ୍ୟ ସଂସଦର ସ୍ବ ନକ୍ଷତ୍ର ଦିବସ ସଭାପତି ଡଃ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ରୂପେ ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ତଥା ଉତ୍କଳ ପ୍ରସଙ୍ଗ ର ପୂର୍ବତନ ସଂପାଦକ ବର୍ଷିଆନ କବି ହୁସେନ ରବି ଗାନ୍ଧୀ, ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ଶ୍ରୀ ମନ୍ମଥ କୁମାର ଶତପଥୀ, ବିଶିଷ୍ଠ ଭଞ୍ଜ ପ୍ରବକ୍ତା ଶ୍ରୀ କୃଷ୍ଣ କେଶବ ଷଢଙ୍ଗୀ, ପୂର୍ବତନ ଆଇ.ଏ.ଏସ୍ ଅଫିସର ତଥା ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ ଚେତନା ସନ୍ଦର୍ଭ ଉପରେ ଡି.ଲିଟ ପ୍ରାପ୍ତ ସାହିତ୍ୟିକ ଶ୍ରୀ ଯୁଗଳ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ଅଧ୍ୟାପକ ଅଶୋକ ସ୍ବାଇଁ ,ଦୂର୍ଗା ମାଧବ ଦାଶ,ମମତା ମହାପାତ୍ର ପ୍ରମୁଖ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ସଂସଦ ର ମୁଖପତ୍ର ବୈଜୟନ୍ତୀ ଉନ୍ମୋଚନ କରାଯାଇଥିଲା ା ଅତିଥିଗଣ ଅଧୁନା ସାହିତ୍ୟର ସ୍ଥିତି ଓ ସାହିତ୍ୟିକ,କବିଙ୍କ ଭୂମିକା ସଂପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଗୀତିକାର ସୁର ଭାଇ ଙ୍କ ‘ତୋ ପାଦେ ଶରଣ ଗଲି ‘ ସି.ଡି ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଥିଲା ସଂସଦ ତରଫରୁ ଡଃ ସନ୍ତୋଷ ପାଣିଗ୍ରାହୀ,ଲତିକା ସିଂ,ଡଃ କମ୍ବୁପାଣି ସାମନ୍ତ ,ଶ୍ରୀ ଅମରନାଥ ରଥ, ଶ୍ରୀମତୀ ଉଷା ପାଢୀ,ସୁରେନ୍ଦ୍ର ନାଥ ସାହୁ, ଙ୍କ ଭଳି କିଛି ପ୍ରତିଭାଧାରୀଙ୍କୁ ସମ୍ମାନୀତ କରାଯାଇଥିଲା । । ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ସଭାପତିତ୍ବ କରିଥିଲେ ସାହିତ୍ୟିକ ସୋମନାଥ ନାୟକ । ୫୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ନିଜ କବିତା ପାଠ କରିବା ସହ ସଂସଦ ତରଫରୁ ପ୍ରମାଣ ପତ୍ର ଓ ଟ୍ରଫି ପାଇ ସମ୍ବର୍ଦ୍ଧିତ ହୋଇଥିଲେ । ଏହାକୁ ସଂଯୋଜନା କରିଥିଲେ ଡଃ ଗୁରୁମୂର୍ତ୍ତୀ ନାୟକ ଓ ସୁଜାତା ସିଂ । ଏଥିରେ କାର୍ୟ୍ୟକାରୀ ସଭାପତି ଶ୍ରୀ ବଳରାମ ସ୍ବାଇଁ, ସଂପାଦକ ସରୋଜ ନନ୍ଦ,ସହ ସଂପାଦକ କୁମାର କାର୍ତ୍ତିକେଶ୍ବର ପ୍ରଧାନ,ବାର୍ତ୍ତା ସଂପାଦକ ତ୍ରିନାଥ ବେହେରା ,ସ୍ବର୍ଣ୍ଣେନ୍ଦୁ ଶେଖର ପଣ୍ଡା ,ଗୁରୁମୂର୍ତ୍ତୀ ନାୟକ, ଏ. ବ୍ରହ୍ମାନନ୍ଦ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ୟ୍ୟକ୍ରମରେ ସମଗ୍ର ଗଂଜାମ ଜିଲ୍ଲାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଶେଷରେ କୁମାର କାର୍ତ୍ତିକେଶ୍ବର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


