ବୃଦ୍ଧଙ୍କୁ ପରିବାରରେ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜନୈକ ୮୧ବର୍ଷୀୟ ବୃଦ୍ଧଙ୍କୁ ପରିବାରରେ ମାନସୀକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଖୁରୁସିଆ ଗ୍ରାମପଂଚାୟତର ବାନ୍ଧକୁଦ ଗ୍ରାମର ସୂର୍ଗତ କୃତିବାସ ସ୍ୱାଇଁଙ୍କ ପୁଅ ଉତ୍ସବ ଚରଣ ସ୍ୱାଇଁ (୮୧) ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ତିନିପୁଅ ମଧ୍ୟରୁ ବଡପୁଅ ନାରାୟଣ ସ୍ୱାଇଁଙ୍କ ଏକ ରାସ୍ତା ଦୂର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ମଝିଆଁ ପୁଅ ବିଶ୍ୱନାଥ ସ୍ୱାଇଁ ଏଆରଫୋର୍ସରେ ଚାକିରୀ କରେ ଓ ସାନପୁଅ ହୃଷିକେଶ ସ୍ୱାଇଁ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ବଡପୁଅ ନାରାୟଣକୁ ଉତ୍ସବ ଜମିବିକ୍ରୀ କରି ଏକଲକ୍ଷ ଟଙ୍କା ଦେଇଥିଲେ ବ୍ୟବସାୟ କରିବାକୁ । ସେହି ଅର୍ଥରେ ପୁଅ ନାରାୟଣ ଏକ ଲୁଗା ଦୋକାନକରି ବ୍ୟବସାୟ କରୁଥିଲେ । ଆଜକୁ ପ୍ରାୟ ୬ବର୍ଷ ତଳେ ପୁଅ ନାରାୟଣ ଏକ ସଡକ ଦୂର୍ଘଟଣାରେ ପ୍ରାଣ ହରାଇଥିଲେ । ତାହା ପରଠୁ ପୁଅ ନାରାୟଣର ପତ୍ନୀ ମନ୍ଦାକିନୀ ନାୟକ ଶଶୁର ଉତ୍ସବ ଓ ଶାଶୁ ରାଧାରାଣୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଏମିତିକି ମନ୍ଦାକିନୀଙ୍କ ପୁଅ ଓ ଝିଅ ମଧ୍ୟ ମା ମନ୍ଦାକିନୀଙ୍କ ସହ ମିଶି ଜେଜେ ଉତ୍ସବ ଓ ଜେଜେମା ରାଧାରାଣୀଙ୍କୁ ମାଡମାରିବାକୁ ପଛାଉନଥିଲେ । ଉତ୍ସବ ଓ ମନ୍ଦାକିନୀଙ୍କୁ ଖାଇବାକୁ ନଦେଇ ନାନାଦି ନିର୍ଯ୍ୟାତନା ଦେଉଥିଲେ ସେମାନେ । ଏଥିସହିତ ଶେଷରେ ବୋହୁ ମନ୍ଦାକିନୀ ଶାଶୁ ଓ ଶଶୁରଙ୍କୁ ଘରୁ ତଡିଦେବାରୁ ସେମାନେ ଘର ନିକଟ ଏକ ସ୍ଥାନରେ ଚାଳିଆ କରି ରହିବାକୁ ବାଧ୍ୟ ହୋଇଥିଲେ । ଏତିକିରେ ମନ ବୁଝିନଥିଲା ମନ୍ଦାକିନୀଙ୍କର ସେ ମାର୍ଶାଘାଇ ଥାନାରେ ବିଭିନ୍ନ ସମୟରେ ଶଶୁରଙ୍କ ନାମରେ ମିଥ୍ୟା ଅଭିଯୋଗ କରି ପୋଲିସ ଦ୍ୱାରା ବୃଦ୍ଧ ଉତ୍ସବଙ୍କୁ ହଇରାଣ କରିବାକୁ ଲାଗିଥିଲେ । ଲୋକ ଲଯ୍ୟାରେ ଘରୁ ବିଶେଷ ବାହାରକୁ ବାହାରୁନଥିବା ଶଶୁର ଉତ୍ସବ ଶେଷରେ ଅନ୍ୟଉପାୟ ନପାଇ ମାର୍ଶାଘାଇ ଥାନାରେ ସମସ୍ତ ବିଷୟ ଉଲ୍ଲେଖ କରି ଲିଖିତ ଅଭିଯୋଗ କରିଥିଲେବି ପୋଲିସର ଉଦାସୀନତା ତାଙ୍କୁ ମର୍ମାହତ କରିଥିଲା । ବୋହୁ ଏବଂ ନାତି ଓ ନାତୁଣୀଙ୍କ ନିର୍ଯ୍ୟାତନା ତାଙ୍କୁ ଅସହ୍ୟବୋଧ ହେବାରୁ ସେ ଜିଲ୍ଲାପାଳଙ୍କୁ ସେ ସମ୍ପର୍କରେ ଅଭିଯୋଗ କରି ନ୍ୟାୟ ମାଗିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଉତ୍ସବଙ୍କ ଠାରୁ ସମସ୍ତ ବିଷୟ ଅବଗତ ହୋଇ ତାଙ୍କୁ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ