ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନନ୍ତନଗର ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ବୃଦ୍ଧଙ୍କୁ ସାତରୁ ଅଧିକ ଲୋକ ପିଟିପିଟି ହତ୍ୟା କରି ପୋତି ଦେଇଥିବା ବେଳେ ପୋଲିସ ପହଞ୍ଚି ଶବକୁ କରିଛି ଜବତ । ତେବେ ହତ୍ୟାକାଣ୍ଡ ପଛରେ ଜଣେ ନାବାଳିକାଙ୍କୁ ଝିକା ଓଟରା କାରଣ ବୋଲି ପୋଲିସ ସୂଚନା ଦେଇଛି । ଶେରଗଡ ଥାନା ଅନନ୍ତନଗର ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡ ରେ ବନ୍ଧାଗୁଡା ଗାଁ ର ତ୍ରିନାଥ ପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଭିକ ମାଗି ଚଳୁଥିଲେ । ତେବେ କିଛିଦିନ ତଳେ ଅନନ୍ତନଗର ଗାଁର ଲୋକେ ବୃଦ୍ଧ ତ୍ରିନାଥଙ୍କୁ ଧରି ମାଡ ମାରିବା ସହ ହତ୍ୟା କରିଥିଲେ । ଆଉ ଘଟଣାକୁ ଲୁଚାଇବା ପାଇଁ ଗାଁର ଶେଷ ମୁଣ୍ଡ ରେ ଥିବା କାଜୁ ଜଗଂଲରେ ପୋତି ଦେଇଥିଲେ । ତେବେ ହତ୍ୟାକାଣ୍ଡ ପଛରେ ଗୁଣି ସନ୍ଦେହ ଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି | ସେପଟେ ଏହି ହତ୍ୟାକାଣ୍ଡ ପ୍ରଘଟ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଜଣକୁ ଗିରଫ କରିବା ସହ ଘଟଣାସ୍ଥଳ ରେ ପହଁଚି ମାଟି ତଳୁ ପୋତା ଯାଇଥିବା ଶବକୁ ଜବତ କରିଛି । ତେବେ ହତ୍ୟାକାଣ୍ଡ ପଛରେ ସାତ ଜଣ ରୁ ଅଧିକ ଲୋକଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଜଣେ ନାବାଳିକାଙ୍କୁ ଝିକା ଓଟରା କରିବା ହେତୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ