ଦ୍ୱିତୀୟ ପାଳି ବ୍ଳକ୍ ଅଧ୍ୟକ୍ଷ ଭାବେ ଶହେ ଦିନ ପୂର୍ତ୍ତି : ଆଗାମୀ ଶହେ ଦିନ ପାଇଁ ରୋଡ଼୍ ମ୍ୟାପ୍ ପ୍ରସ୍ତୁତି
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗତ ପଂଚାୟତ ନିର୍ବାଚନରେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପଦବୀକୁ ଦ୍ୱିତୀୟ ଥର ପାଇଁ ହାସଲ କରିଥିଲେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ କୁମାର ନାୟକ I ଆଜି ବ୍ଳକ୍ ଅଧ୍ୟକ୍ଷ ଭାବେ ପ୍ରଶାନ୍ତଙ୍କ ଶହେ ଦିନ ପୂର୍ତ୍ତି ଅବସରରେ ବେଲଗୁଣ୍ଠା ପଂଚାୟତ ସମିତି ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗୋବରା ସମିତି ସଭ୍ୟ ବିଭୁପାଦ ଜେନା,ତନରଡା ସମିତିସଭ୍ୟ ଆଯୋଧ୍ୟା ନାଥ ବେହେରା, ନେଟଙ୍ଗା ସମିତିସଭ୍ୟ ରାଜୀବ୍ ଲୋଚନ ନାଇକ, ଓଡ୍ରା ସମିତି ସଭ୍ୟ ସୁଧାଂଶୁ ଶେଖର ପଲାଇ,47 ନମ୍ବର ଯୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବଙ୍କା ପୂର୍ବତନ ସରପଞ୍ଚ ନାରାୟଣ ସ୍ୱାଇଁ, ଉଢୁରା ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ୍ ପ୍ରମୁଖ ଉପସ୍ଥିତ ଥିଲେ I ବୈଠକରେ ବଡ଼ବୋର୍ସିଂ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଏସ୍ ରାମେଶ୍ଵର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ନେତା ରଶ୍ମିତ୍ ପରିଡ଼ା ବିବରଣୀ ପଠନ କରିଥିଲେ I ଗତ ଶହେ ଦିନ ମଧ୍ୟରେ ପ୍ରଶାନ୍ତ ନେତୃତ୍ୱରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ 18 ଟି ପଞ୍ଚାୟତରେ ଗରିବ, ବୃ୍ଦ୍ଧ,ବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବା ମାନଙ୍କ ନିକଟରେ ଭତ୍ତା ପହଞ୍ଚାଇବା ଠାରୁ ଆରମ୍ଭ କରି ଶିକ୍ଷା, ସ୍ଵାସ୍ଥ୍ୟ, ମନରେଗା, ଜୀବନବିନ୍ଦୁ,ସ୍ୱାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ଏବଂ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିବା ବୈଠକରେ ଆଲୋଚନା ହୋଇଥିଲା I ବିଶେଷ କରି ମାନ୍ଦାର – ଠେଙ୍ଗାଧର ସେତୁ ପାଇଁ ଅନୁମତି ମିଳିବା,ଜାଲଖାଇ- ନୂଆଁଗଡ଼ ସେତୁ ନିର୍ମାଣକୁ ସ୍ଵୀକୃତି ମିଳିବା ଗତ ଶହେ ଦିନର ଦୁଇଟି ବଡ଼ ଅନୁଭୂତି ବୋଲି ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଥିଲେ I ଏହା ସହିତ ଆଗାମୀ ଶହେ ଦିନ ପାଇଁ ମଧ୍ୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ସମଗ୍ର ବେଲଗୁଣ୍ଠା ବ୍ଳକ୍ ରେ ବୃକ୍ଷରୋପଣ ପାଇଁ ସମସ୍ତ ବର୍ଗର ଲୋକଙ୍କ ଅଂଶୀଦାରରେ ଏକ ସବୁଜ ସଂକଳ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବୈଠକରେ ଆଲୋଚିତ ହୋଇଥିଲା I ଏହି ଅବସରରେ ପ୍ରକୃତ ହିତାଧୀକାରୀଙ୍କୁ ସାହାଯ୍ୟ କରିପାରିଲେ ହିଁ ଈଶ୍ଵରଙ୍କ ଆଶୀର୍ବାଦ ମିଳିପାରିବ ବୋଲି ପ୍ରଶାନ୍ତ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I


