ବୃହସ୍ପତି ଯୁକ୍ତ ୨ ବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା ଅମନ କେଶରୀ ବିଦ୍ୟାଳୟ ଟପ୍ପର

ଯୋଡା, (ସମୀର କୁମାର ଦାସ):ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଯୋଡା ବସଷ୍ଟାଣ୍ଡ ନିକଟରେ ଥିବା ବୃହସ୍ପତି ଯୁକ୍ତ ୨ ବିଦ୍ୟାଳୟର ଚଳିତ ବର୍ଷ ବିଜ୍ଞାନ ଫଳାଫଳ ଶତ ପ୍ରତିଶତ ହୋଇଥିବା ବେଳେଅମନ କେଶରୀ ବିଦ୍ୟାଳୟ ଟପ୍ପର ହୋଇଥିବା ବିଦ୍ୟାଳୟର ଡାଇରେକ୍ଟର ବିରେନ ମହାନ୍ତ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଏହି ବିଦ୍ୟାଳୟ ପକ୍ଷରୁ ୭ ମ ବ୍ୟାଚ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିଲେ । କୋଭିଡ ମହାମାରି ପରେ ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାକୁ ସୁଧାର ଆଣିବା ପାଇଁ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଉଦ୍ୟମ ଆଜି ଏହି ସଫଳତା ଶୀର୍ଷରେ ପହଁଚାଇ ପାରିଛି । ଉନ୍ନତମାନର ଶିକ୍ଷା ଦାନ ଓ ଆବଶ୍ୟକ ଶିକ୍ଷା ଭିତି ଭୂମି ଉପଲବ୍ଧ ଏହି ଶିକ୍ଷାନୁଷ୍ଠାନ ଦିନକୁ ଦିନ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିଚାଲିଥିବା ବେଳେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ସଫଳ ହୋଇପାରିଛି । ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ସମେତ ଡାଇରେକ୍ଟର ଶ୍ରୀ ମହାନ୍ତ ଛାତ୍ର ଛାତ୍ରୀଙ୍କ ଉତରତର ଉନ୍ନତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ