ବେଡ୍ରୁମ୍ ରେ ଲଗାନ୍ତୁ ଏସବୁ ଫଟୋ: ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ହେବ ମଧୁର
ଦାମ୍ପତ୍ୟ ଜୀବନରେ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବେଳେବେଳେ ପରିସ୍ଥିତି ଏପରି ସୃଷ୍ଟି ହୁଏ ଯେ, ବିବାହ ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୁଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଥିବା କିଛି ବାସ୍ତୁଦୋଷ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ । ଆଜି ଆମେ ଆପଣଙ୍କୁ କିଛି ଫଟୋ ବିଷୟରେ କହିବୁ ଯାହାକୁ ଆପଣ ନିଜ ବେଡ୍ରୁମ୍ରେ ଲଗାଇଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୂରତା କମିବ ଓ ଭଲପାଇବା ବଢ଼ିବ । ୧) ରାଧାକୃଷ୍ଣ ଫଟୋ : କୁହାଯାଏ, ବେଡ୍ରୁମ୍ରେ କୌଣସି ଠାକୁରଙ୍କ ଫଟୋ ଲଗାଇବା ଉଚିତ ନୁହେଁ । କିନ୍ତୁ କୌଣସି ଦମ୍ପତିଙ୍କ ମଧ୍ୟରେ ଯଦି ସବୁବେଳେ ଝଗଡ଼ା ଲାଗି ରହିଥାଏ, ତେବେ ସେମାନେ ବେଡ୍ରୁମ୍ରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇପାରିବେ । କାରଣ ରାଧା-କୃଷ୍ଣ ହେଉଛନ୍ତି ପ୍ରେମର ପ୍ରତୀକ । ତେଣୁ ଏହା ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆଣିଥାଏ । ହେଲେ ରାଧା-କୃଷ୍ଣଙ୍କ ସହିତ ଗୋପୀମାନଙ୍କ ଫଟୋ ଯେପରି ନ ରହେ, ସେଥିପ୍ରତି ଧ୍ୟାନ ରଖନ୍ତୁ । ୨) ମୟୂର ଓ ମୟୁରୀ : ବେଡ୍ରୁମ୍ରେ ମୟୂର-ମୟୂରୀ ଫଟୋ ଲଗାଇରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଯଥା ଝଗଡ଼ା ହୁଏ ନାହିଁ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହୁଏ । ମୟୂରକୁ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ବୋଲି କୁହାଯାଏ । କାରଣ ସେ ରାଧାଙ୍କୁ ପ୍ରସନ୍ନ କରିବା ପାଇଁ ମୟୂର ରୂପ ଧାରଣ କରିଥିଲେ । ୩) ହଂସ ଯୋଡ଼ା : ବେଡ୍ରୁମ୍ରେ ଦୁଇ ହଂସ ଯୋଡ଼ାର ଫଟୋ ରଖିଲେ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କେବେ ହେଲେ ଖରାପ ହୁଏ ନାହିଁ । ସେହିପରି ଆପଣ ଯଦି ଘରେ ଅଭାବ ଅନଟନ ଦୂର କରିବାକୁ ଚାହୁଁଛନ୍ତି ତେବେ ଘରର ହଲ୍ରେ ଏକ ବଡ଼ ଧଳା ହଂସର ଫଟୋ ଲଗାନ୍ତୁ । ୪) ଶୁଆ ଯୋଡ଼ି : ସ୍ୱାମୀସ୍ତ୍ରୀ ସମ୍ପର୍କରେ ପ୍ରେମ ବାଇବା ପାଇଁ ବେଡ୍ରୁମ୍ରେ ଦୁଇଟି ଶୁଆ ଏକାଠି ଥିବା ଫଟୋ ଲଗାନ୍ତୁ । ଶୁଆକୁ କାମଦେବଙ୍କ ପତ୍ନୀ ଦେବୀ ରତିଙ୍କ ପ୍ରତୀକ କୁହାଯାଏ । ଏହି ଫଟୋ ଲଗାଇବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ବିତିବା ସହିତ ସୌଭାଗ୍ୟ ପ୍ରାପ୍ତ ହୁଏ । ୫) ସ୍ୱାମୀସ୍ତ୍ରୀଙ୍କ ନିଜ ଫଟୋ : ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ସୁଧାର ଆଣିବାର ସବୁଠୁ ଭଲ ଉପାୟ ହେଉଛି ଉଭୟଙ୍କର ଏକାଠି ଏକ ହସୁଥିବା ଫଟୋ ବେଡ୍ରୁମ୍ରେ ଠିକ୍ ମୁଣ୍ଡ ଉପରକୁ ଲଗାନ୍ତୁ । ଏହା ଉପରେ ନଜର ପଡ଼ିଲେ ଆପଣଙ୍କ ମଧ୍ୟରେ ଥିବା ସମସ୍ତ ଦୂରତା କମିଯିବ ଓ ସମ୍ପର୍କ ଆହୁରି ନିବିଡ଼ ହେବ ।


