ବେଦାନ୍ତ ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ୍ୟୁ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ହସ୍ତକ୍ଷେପ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଳା ଲାଞ୍ଜିଗଡ଼ଠାରେ ବେଦାନ୍ତ ଆଲୁମିନା କାରଖାନା ସମ୍ମୁଖରେ ନିଯୁକ୍ତି ଓ
ଥଇଥାନ ଦାବି କରି ଶାନ୍ତି ୂର୍ଣ୍ଣ ଧାରଣାରତ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ବେଦାନ୍ତ ସୁରକ୍ଷା କର୍ମୀମାନେ ଗୁଳି ଚଳାଇବା
ଫଳରେ ଦୁଇଜଣ ମୃତ୍ୟୁବରଣ କରିବା ସହିତ ବହୁ ଧାରଣାକାରୀ ନିର୍ମମ ଲାଠି•ଳନା ଯୋଗୁ ଗୁରୁତର ଆହତ ହେବାକୁ
ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ହସ୍ତକ୍ଷେପ
ଦାବି କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି
ଅପରାହ୍ନ ୩.୩୦ ମିନିଟ୍ ସମୟରେ ରାଜ୍ୟ ମାନବିକ ଅଧିକାର କମିଶନ ଅଧ୍ୟକ୍ଷଙ୍କୁ ଭେଟି ଅଭିଯୋଗ ଦାଖଲ କରିବା
ସହିତ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ, ବେଦାନ୍ତ କମ୍ପାନୀ ଦେଶର ଖଣିଜ
ସମ୍ପଦ ଲୁଟ୍ କରିବା ପାଇଁ ଗୁଳି ଚଳାଇବ, ନିରୀହ ଲୋକଙ୍କୁ ଲାଠି ମାରିବା ଇତିହାସ ବହୁତ ପୁରୁଣା । ଗତବର୍ଷ
ତାମିଲନାଡୁ ଟୁଟିକରିନରେ ନିଜର କାରଖାନାର ସ୍ୱାର୍ଥ ପାଇଁ ନିରୀହ ଲୋକଙ୍କୁ ହତ୍ୟା କରିବା ଠାରୁ ଏହି ନିକଟ
ଅତୀତରେ ଲାଞ୍ଜିଗଡ଼ଠାରେ ଜନ ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦଙ୍କୁ ମିଥ୍ୟା ମୋକଦ୍ଦମା ବଳରେ ବେଦାନ୍ତ
କମ୍ପାନୀ ପ୍ରରୋଚନାରେ ଗିରଫ କରାଯାଇଥିଲା । ଆଜି ପୁନଶ୍ଚ ସ୍ଥାନୀୟ ଲୋକମାନେ ନିଯୁକ୍ତି ଦାବି କରି ବେଦାନ୍ତ
କମ୍ପାନୀ ସମ୍ମୁଖରେ ଧାରଣା ଦେଉଥିବା ବେଳେ ଏହାର ସୁରକ୍ଷା କର୍ମୀମାନେ ସାଧାରଣ ଜନତାଙ୍କ ଉପରକୁ ଆଖବୁଜା
ଗୁଳିମାଡ଼ କରିବାରୁ ଦୁଇଜଣ ମୃତ୍ୟୁବରଣ କଲେ ଏବଂ ବହୁ ଲୋକ ଆହତ ହେଲେ ଯାହା ଜନଆନ୍ଦୋଳନ ଇତିହାସ
ତୀବ୍ର ନିନ୍ଦନୀୟ ଘଟଣା । ମାନ୍ୟବର କମିଶନ ସମାଜବାଦୀ ପାର୍ଟିର ଅଭିଯୋଗ ପତ୍ର ଗ୍ରହଣ କରି ଆଇନ୍ ଅନୁଯାୟୀ ଏ
ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳଙ୍କୁ କହିଥିଲେ । ଘଟାଣାର ନିରପେକ୍ଷ ତଦନ୍ତ କରିବା
ଏବଂ ବେଦାନ୍ତ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ରୁଜୁ କରିବାକୁ ସମାଜବାଦୀ ପାର୍ଟି ଦାବି କରି ମାନ୍ୟବର କମିଶନଙ୍କ
ଇଜିଲାସରେ ଫେରାଦ ହୋଇଛି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ମହାସଚିବ ସୁଦର୍ଶନ ପ୍ରଧାନ,
କଳାହାଣ୍ଡିର ନେତା ଶିବ ହାତୀ, ଉମେଶ ସାହୁ, •ଷୀନେତା ବିଜୟ ବେହେରା, ଯୁବନେତା ଏନ୍ ସମ୍ବିତ ଦାସ,
ଦିପ୍ତିମୟୀ ପଣ୍ଡା ଓ ସୁରଥ ରଣା ପ୍ରମୁଖ ମାନ୍ୟବର କମିଶନଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ