ବେଲଗୁଣ୍ଠା ପଂଚାୟତ ସମିତିର ପଞ୍ଚମ ଅଧିବେଶନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ପଂଚାୟତ ସମିତିର ପଞ୍ଚମ ଅଧିବେଶନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସ୍ଵତନ୍ତ୍ର ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ଅତିଥି ରୂପେ ତହସିଲଦାର ମନୋଜ ପ୍ରଭାକର କୁଜୁର୍,ସହକାରୀ ଯନ୍ତ୍ରୀ ତୁଷାର କୁମାର ସାମଲ୍, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଡ଼ିଓ ଶ୍ରୀ ଶତପଥୀ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଜନପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ I ଆଜିର ବୈଠକ ମଣ୍ଡି ସମସ୍ୟାକୁ ନେଇ ବେଶ୍ ସରଗରମ୍ ହୋଇଥିଲା I ଟୋକନ୍ ଏବଂ ମିଲର୍ ଙ୍କ ଟାର୍ଗେଟ୍ ମଧ୍ୟରେ ତାଳମେଳ ରହୁନଥିବା ବେଳେ ମଣ୍ଡି ଠିକ୍ ସମୟରେ ଧାନ ଉଠାଉ ନଥିବା ନେଇ ଅଭିଯୋଗ ଆଣିଥିଲେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା I ଗୋବରା ଓ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଯୋଗ ଦେଇ ବିଭିନ୍ନ ଡ଼ାକ୍ତରଖାନାରେ ଡ଼ାକ୍ତର ସମସ୍ୟା ଉପସ୍ଥାପନା କଲାପରେ ଏନେଇ ଜିଲ୍ଲାପାଳ ଏବଂ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ସ୍ଵାଇଁ ପ୍ରତିଶୃ୍ତି ଦେଇଥିଲେ I କୋଭିଡ଼ ଟୀକାକରଣରେ ଗୋବରା ଏବଂ ବେଲଗୁଣ୍ଠା ଯଥାକ୍ରମେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟରେ ମଧ୍ୟ ତୃତୀୟ ସ୍ଥାନରେ ରହିଥିବା ଏବଂ ସ୍ଵଚ୍ଛତା କ୍ଷେତ୍ରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ମେଡିକାଲ୍ କାୟାକଳ୍ପ ଟିମ୍ ଦ୍ୱାରା ପୁରସ୍କୃତ ହୋଇଥିବା କଥା ପ୍ରକାଶ କରିଥିଲେ ଡାକ୍ତର ଷଡଙ୍ଗୀ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭେଟେନାରୀ ସର୍ଜନ୍ ଡ଼ାକ୍ତର କାର୍ତ୍ତିକ ସାହୁ, ଗ୍ରାମ୍ୟ ଉନ୍ନୟନ ଆସିଷ୍ଟାଣ୍ଟ ଇଂଜିନିୟର ସୁଶାନ୍ତ ମହାପାତ୍ର, ସବ୍ ଡିଭିଜିନାଲ ବିଦ୍ୟୁତ୍ ଅଧିକାରୀ ଆଦିତ୍ୟ ଦାସ୍, ବନାଞ୍ଚଳ ଅଧିକାରୀ କୁମର ବେହେରା, ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ରମାକାନ୍ତ ଦାସ୍, କୃଷି ଅଧିକାରୀ ବାସୁଦେବ ସାହୁ,ସିଡିପିଓ ଗାୟତ୍ରୀ ମିଶ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I ଶାସନ ଠାରେ ମାଧବରୀଡା କେନାଲ୍ ଉପରେ ଏକ ଫୁଟ୍ ବ୍ରିଜ ନିର୍ମାଣ ପାଇଁ ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃ୍ତି ଦେଇଥିଲେ I ଚଉଦ କୋଟି ଟଙ୍କା ବ୍ୟୟରେ ବଡ଼ ନଦୀ ଉପରେ କେ ନୂଆଗଡ଼ ଏବଂ ଜାଲଖାଇ ମଧ୍ୟରେ ଏକ ପୋଲ ପାଇଁ ଟେଣ୍ଡର୍ କୁ ଚାଲିଯାଇଥିବା ବେଳେ ଖୁବ୍ ଶୀଘ୍ର ଏହାର ଶୁଭ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ I ବିଦ୍ୟୁତ୍ ବିଲ୍ ପୈଠ ହୋଇନପାରିବାରୁ ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଜଳ ଯୋଗାଣ ବନ୍ଦ ହୋଇଯାଇଥିବା ବେଳେ କିଛି ସ୍ଥାନରେ ଓଭର୍ ହେଡ଼ ଟ୍ୟାଙ୍କ୍ ହୋଇନପାରିବା ଯୋଗୁଁ ଜଳ ଯୋଗାଣ ହୋଇପାରିନାହିଁ I ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ବିଭିନ୍ନ ଯୋଜନାରେ ଗରିବ ହିତାଧିକାରୀଙ୍କ ନାମ କଟି ଯାଇଥିବାରୁ ବିଧାୟକ ଶ୍ରୀ ସ୍ୱାଇଁ କ୍ଷୋଭ ପ୍ରକାଶ କରିବା ସହିତ ରାଜନୀତିରୁ ଉର୍ଦ୍ଧ୍ବରେ ରହି ପ୍ରକୃତ ହିତାଧିକାରୀଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ଜିଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ସରପଞ୍ଚ ରାମେଶ୍ୱର ପାତ୍ର, ସୁପ୍ରଭା ଗୌଡ, ଜୟରାମ ନାୟକ, ସମିତି ସଭ୍ୟ ସୁଧାଂଶୁ ଶେଖର ପଲେଇ, କୁଞ୍ଜବିହାରୀ ନାୟକ, ଆଯୋଧ୍ୟା ବେହେରା, ପିନାକୀନି ବିଷୋୟୀ, ରାଜୀବ୍ ଲୋଚନ ନାୟକଙ୍କ ସମେତ ବ୍ଳକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ