ବେଲଗୁଣ୍ଠା ବ୍ଳକ ଓ ଏନ ଏ ସି ରେ ୪ ଜଣ କରୋନା ଯୋଦ୍ଧାଙ୍କ ସହ ୨୧ଜଣ ଚିହ୍ନଟ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି କରିଚାଲିଥିବା ବେଳେ ଦିନକୁ ଦିନ ଶହ ଶହ ପଜିଟିଭ ଚିହ୍ନଟ ଜିଲ୍ଲାବାସୀ ତଥା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଅଛି ।ପ୍ରଶାସନର ବାରମ୍ବାର ସଚେତନତା ତଥା କଡା ଆଭିମୁଖ୍ୟ ସତ୍ତ୍ୱେ ବହୁ ଅମାନିଆ କରୋନା କଟକଣା ନ ମାନିବା ଫଳରେ ସ୍ଥାନୀୟ ଅଞ୍ଚଳରେ ପଜିଟିଭ ଚିହ୍ନଟ ବୃଦ୍ଧି ପାଉଛି ।ଗୁରୁବାର ଦିନ ବେଲଗୁଣ୍ଠା ବ୍ଳକରେ ୪ ଜଣ କରୋନା ଯୋଦ୍ଧାଙ୍କ ସହ ୨୧ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟ ଅନୁଯାଇ ବ୍ଲକ ଓ ଏନ ଏ ସି ର ଦୁଇ ଜଣ ଆକ୍ରାନ୍ତ ହେଇ କୋଭିଡ ହସ୍ପିଟାଲ କୁ ସ୍ତାନାନ୍ତରିତ କରାଯାଇଥିବା ତହସିଲ ଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି । ଏନ ଏ ସି ଚଷା ସାହିର ଜଣେ ବ୍ୟକ୍ତି ଆସ୍କା ରେ ଲୁଗା ଦୋକାନ କରିଥିବା ବେଳେ ଅନ୍ୟ ଜଣଙ୍କ ଧୂମଛାଈ ପଞ୍ଚାୟତ ସରପୋଲୀ ଗ୍ରାମର ୮ବର୍ଷର ବାଳକ ବୋଲି ଜଣାପଡ଼ିଛି । ବାଳକ ଜଣଙ୍କ ସ୍ଵସ୍ଟ୍ଯ ଖରାପ ଥିବାରୁ ବ୍ରମ୍ହପୂର ବଡ ମେଡିକାଲ ରେ ଚିକିଛିତ ହେଉଥିବ ବେଳେ ୧୫ ତାରିଖ ରେ ସେଠାରେ ତାର ସ୍ଵାବ ସଂଗ୍ରହ କରାଯାଇଥିଲା । ପୁର୍ବରୁ ବେଲଗୁଣ୍ଠା ବ୍ଳକର ୧୮ଟି ପଞ୍ଚାୟତ ଓ ଏନ୍.ଏ.ସିର ୧୩ଟି ୱାର୍ଡର ମିଶି ୨୨୯ଜଣ ଚିହ୍ନଟ ହୋଇଥିବା ବେଳେ ୧୬ ତାରିଖର ରିପୋର୍ଟ ଅନୁସାରେ ଏହା ୨୫୦ ଛୁଇଁଛି ।୨୧ ଜଣଙ୍କ ମଧ୍ୟରୁ ବେଲଗୁଣ୍ଠା ତହସିଲର ଜଣେ କର୍ମଚାରୀ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ସ୍ୱାସ୍ଥ୍ୟ କର୍ମୀ,ଜଣେ ସୁଇପର ଓ ଜଣେ ସାମ୍ବାଦିକ ଅନ୍ତର୍ଭୁକ୍ତ ।ବେଲଗୁଣ୍ଠା ସହରରେ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ କୋଳି ସାହି,ଚଷା ସାହି,କଂସାରୀ ସାହି,ପେଣ୍ଠ ସାହିର ବାସୀନ୍ଦା ଅଟନ୍ତି ।ପଞ୍ଚାୟତ ଅଞ୍ଚଳରେ ଚିହ୍ନଟ ହୋଇଥିବା ୧୪ଜଣଙ୍କ ମଧ୍ୟରୁ ତନରଡା,ଧୁମୁଛାଇ,ମଙ୍ଗଳପୁର, ପାଇଲିପଡା ଓ ଗୋବରା ପଞ୍ଚାୟତର ବୋଲି ଜଣାପଡିଛି ।ସମୁଦାୟ ପଜିଟିଭ ୨୫୨ ଜଣଙ୍କ ମଧ୍ୟରୁ ୨୪ ଜଣ କରୋନା ଯୋଦ୍ଧା ଅନ୍ତର୍ଭୁକ୍ତ ।ସେମାନେ ହେଲେ ଜଣେ ସାମ୍ବାଦିକ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ ଡାକ୍ତର,ଦୁଇ ଆଟେଣ୍ଡାଣ୍ଟ,ଦୁଇ ସିକ୍ୟୁରିଟି ଗାର୍ଡ,ଜଣେ ଏ.ଏନ୍.ଏମ,ଜଣେ ସୁଇପର,କୋଭିଡ ପାଇଁ ଯୋଗ ଦେଇଥିବା ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀ,ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପାଇଲିପଡାର ଦୁଇଜଣ ଏ.ଏନ୍.ଏମ୍,ଗାଙ୍ଗପୁର ଗ୍ରାମର ଶୀତଳାପଲୀ କୋଭିଡ କେୟାରରେ କାର୍ଯ୍ୟରତ ଜଣେ ଆୟୁଷ ଡାକ୍ତର,ଗୋବରା ଅଞ୍ଚଳର ଜଣେ ଶିକ୍ଷକ ଓ ଜଣେ ସି.ଆର୍.ସି.ସି,ପାଇଲିପଡାର ଜଣେ ଆର୍.ଆଇ,ବେଲଗୁଣ୍ଠା ତହସିଲଦାର କାର୍ଯ୍ୟାଳୟର ଜଣେ ଅତିରିକ୍ତ ତହସିଲଦାର, ଜଣେ ଡ୍ରାଇଭର ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର, ବ୍ଳକର ଜଣେ ଡାଟା ଏଣ୍ଟ୍ରି ଅପରେଟର, ଜଣେ ସମିତି ସଭ୍ୟ ଏବଂ ଜଣେ ସରପଞ୍ଚ ପ୍ରତିନିଧି ଅନ୍ତର୍ଭୁକ୍ତ । ଏତେ କୋରୋନା ଜୋଧା ପଜ଼ିଟିଵ ହେଉଥିବାରୁ ପ୍ରଶାସନର ମୁଣ୍ଡ ବଥା ବଢି ଜାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ