ବେସରକାରୀ ସ୍କୁଲ ସଙ୍ଘ କରିବ ତ୍ରୀରଙ୍ଗା ଯାତ୍ରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବେସରକାରୀ ସ୍କୁଲ ସଙ୍ଘର ସାଧାରଣ ପରିଷଦ ବୈଠକ ଗୋପସ୍ଥିତ ସେଣ୍ଟଜାଭିଅର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନିରଞ୍ଜନ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷା ଅଧିକାର ଆଇନ ଆଧାରରେ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଓ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ଯୋଗାଇଦେବା, ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ସୁଯୋଗ ଦେବା, ସିଇଓଆର ବ୍ୟବସ୍ଥାରେ ସରଳୀ କରଣ କରିବା ।ାଦି ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଆସନ୍ତା ଜାନୁଆରୀ ୨୩ ତାରିଖ ଦିନ ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରରେ ଜିଲ୍ଲାର ପ୍ରାଇଭେଟ ସ୍କୁଲମାନଙ୍କ ପକ୍ଷରୁ ଏକ ବିଶାଳ ତ୍ରୀରଙ୍ଗା ଯାତ୍ରା ସଂଗଠିତ କରାଯିବାକୁ ସ୍ଥିର କରା୍‌ାଇଛି । “ଜସନ- ଇ- ତ୍ରୀରଙ୍ଗା” ନାମରେ ହେବାକୁ ଥିବା ୧୦୦୦ମିଟର ବ୍ୟାପି ବିଶାଳ ତ୍ରୀରଙ୍ଗା ପତକାର ଯାତ୍ରା ସକାଳ ୮ଘଟିକା ସମୟରେ ଇଛାପୁରର ଶ୍ରୀବଳଦେବଜୀଉ ମନ୍ଦିର ନିକଟରୁ ବାହାରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯିବ । ବେସରକାରୀ ବିଦ୍ୟାଳୟ ଗୁଡିକର ଅନୂୟନ ୫ହଜାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ହେବାକୁ ଥିବା ଏହି ତ୍ରୀରଙ୍ଗା ଯାତ୍ରାକୁ ଆକର୍ଷଣୀୟ କରିବା ନିମନ୍ତେ ସଭାରେ ଉପସ୍ଥିତ ବିଭିନ୍ନ ବେସରକାରୀ ବିଦ୍ୟାଳୟର ମୁଖ୍ୟ ଶିକ୍ଷକ ଓ କର୍ମକର୍ତ୍ତାମାନଙ୍କ ପକ୍ଷରୁ ଶକ୍ତିସ୍ୱରୂପ ଭୂୟାଁ, ପ୍ରଭାତ କିଶୋର ନାୟକ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ରବୀନ୍ଦ୍ର ଦାଶ, ଇଂ ଡଲି, ହିରଣ୍ୟ ନାଉରୀ, ଭିକାରୀ ପ୍ରଧାନ, ଅରୁଣ କୁମାର ମହାପାତ୍ର, ଅନୂସୟା ଦାସ, ଦୀପକ କୁମାର ଜେନା, ସୁରେନ୍ଦ୍ର କୁମାର ପତି ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା ସହ ଧନ୍ୟବାଦ ଅର୍ପଣ କରିଥିଲେ ସଙ୍ଘର ସମ୍ପାଦକ ରଞ୍ଜନ କୁମାର ବିଶ୍ୱାଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ