ଆଜାଦିର ଅମୃତ ମହୋତ୍ସବ ଅବସରରେ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଜାଦିର ଅମୃତ ମହୋତ୍ସବ ଅବସରରେ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଫ୍ରିଡମ ରନରେ ଯୁବକ ସଂଘର ସଦସ୍ୟ, ଗଜପତି ୱାର୍କରସ କ୍ଲବ, ଗଜପତି ଟ୍ରାନ୍ସ ଜେଣ୍ଡର ଏସୋସିଏସନ, ୟୁଥ ଫର ଏକ୍ସନ, ଏସ୍କେସିଜି କଲେଜର ଏନ୍ସିସି ଦଳ, ମହିଳା ମହାବିିଦ୍ୟାଳୟର ଏନ୍ସିସି ଦଳ ଆଦିର ୧୨୦ରୁ ଉର୍ଦ୍ଧ ଯୁବକ ଯୁବତୀମାନେ ଯୋଗ ଦେଇ ସ୍ଥାନୀୟ ବିଏନ୍ ପ୍ୟାଲେସ ପର୍ଯ୍ୟନ୍ତ ଗଣ ଦୈଡରେ ସାମିଲ ହୋଇଥିଲେ । ଏହାପରେ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ସମ୍ବିଧାନର ସମସ୍ତ ନିୟମ ମାନି ଚଳିବା, କୋଭିଡ୍ ନିୟମ ପାଳନ କରିବା, ପ୍ରତିଦନ ୩୦ ମିନିଟ ଦୈଡିବା, ବ୍ୟାୟାମ କରି ନିଜକୁ ସୁସ୍ଥ ରଖିବା ଏବଂ ପରିବାର ସମେତ ସମାଜକୁ ଏହି ବାର୍ତ୍ତା ଦେବା ଆଦି ଉପରେ ଶପଥ ପାଠ କରିଥିଲେ । ଶେଷରେ ଏଥି ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଏ.ମହେଶ୍ୱର ରାଓ, ଭି.ଭବାନୀ ପ୍ରସାଦ, ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।


