ବ୍ରହ୍ମପୁରର ସୁନାପୁଅ କୁଲଦୀପ
ବ୍ରହ୍ମପୁର:- ଆସାମର ଗୁଆହାଟୀଠାରେ ଆୟୋଜିତ ତୃତୀୟ ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ କାଂସ୍ୟକୁ ସ୍ବର୍ଣ୍ଣରେ ରୁପାନ୍ତର କରିବାକୁ ସକ୍ଷମ ହୋଇଥିଲେ ବ୍ରହ୍ମପୁରର ଉଦୀୟମାନ ଭାରୋତ୍ତୋଳକ କୁଲଦୀପ ସାହୁ। ତା ସହିତ ସେ ଅକ୍ଟୋବର ୧୮ରେ ବୋଧଗୟାଠାରେ ଅନୁଷ୍ଠିତ ଜାତୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ସେ ରାଜ୍ୟ ପାଇଁ ପ୍ରତିନିଧିତ୍ବ କରି ୬୭ କେଜି ବର୍ଗରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । । ଆଗକୁ ଉନ୍ନତ ପ୍ରଦର୍ଶନ କରି ଦେଶ ପାଇଁ ପ୍ରତିନିଧିତ୍ବ କରିବା ସହ ଅଲିମ୍ପିକ୍ ପଦକ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି କୁଲଦୀପ୍ । ପୁରୁଣା ବ୍ରହ୍ମପୁରସାହିର ବାସିନ୍ଦା ଅଶୋକ କୁମାର ସାହୁଙ୍କ ପୁଅ କୁଲଦୀପ ଜଣେ ମେଧାବୀ ଛାତ୍ର । ଗତବର୍ଷ ସେ ମାଟ୍ରିକ୍ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରାୟ ବର୍ଷେ ତଳେ ବାପା ଏବଂ ଜଣେ ସମ୍ପର୍କୀୟ ଭାଇଙ୍କ ପ୍ରେରଣାରେ ସେ ବୀର ହନୁମାନ କ୍ଲବ୍ରେ ଭାରୋତ୍ତୋଳନ ତାଲିମ୍ ନେବା ଆରମ୍ଭ କରିଥିଲେ । ଏହା ପରଠାରୁ କୁଲଦୀପ ଆଉ ପଛକୁ ଫୋରି ଚାହିଁ ନାହାନ୍ତି ।


