ବ୍ରହ୍ମପୁର ରେଳ ଷ୍ଟେସନରେ ଶହ ଶହ ସୁରତ ଫେରନ୍ତା

ବ୍ରହ୍ମପୁର (ଅନିଲ କୁମାର): ସୁରତରୁ ପୁଣି ଶହ ଶହ ଫେରନ୍ତାଙ୍କୁ ଧରି ଏକ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିଛି । ଷ୍ଟେସନରେ ହିଁ ସେମନାଙ୍କର ସ୍କ୍ରିନିଂ ଚାଲିଥିବା ବେଳେ ସମସ୍ତ ସତର୍କ ପଦକ୍ଷେପ ପ୍ରଶାସନ ତରଫରୁ ନିଆଯାଇଛି । ଏହି ଟ୍ରେନରେ ସୁରତରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡ଼ିଆ ଆସିଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି । ଗୁଜରାଟ ଓ ମହାରାଷ୍ଟ୍ର ଅଞ୍ଚଳରୁ ବହୁ ଲୋକ ଆସୁଛନ୍ତି ଏହି ଟ୍ରେନରେ । ତେବେ ଗୁଜରାଟ ଓ ମହାରାଷ୍ଟ୍ରରେ ବର୍ତମାନ ସଂକ୍ରମଣ ଉପରମୁହାଁ ହୋଇଛି। ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୁରତ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ରେଳଷ୍ଟେସନରୁ ବାହାରୁଥିବା ପ୍ରତିଟି ସୁରତ ଫେରନ୍ତାଙ୍କର ସ୍କ୍ରିନିଂ କରାଯାଉଛି । ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖା ଦେଉଛି ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ଏହା ପରେ ପଜିଟିଭ୍ ଆସିଲେ ସଙ୍ଗରୋଧରେ ରଖାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ