ବ୍ରେକ୍ ନିଅନ୍ତୁୂ…

ବିବାହର କିଛି ବର୍ଷ ପରେ ଦାମ୍ପତ୍ୟ ଜୀବନରେ ମଧୁରତା କମିଯାଇଥାଏ ବୋଲି ବହୁତ ଲୋକ ଭାବିଥାନ୍ତି । ହେଲେ ବାସ୍ତବରେ ଏହା ସତ ନୁହେଁ । ଏହା ଏପରି ଏକ ସମ୍ପର୍କ ଯେଉଁଥିରେ କେବେ ଭଟ୍ଟା ପଡ଼ିନଥାଏ । ହୋଇପାରେ କିଛି ସମୟ ପାଇଁ ଦୁହିଁଙ୍କ ସମ୍ପର୍କରେ କିଛିଟା ତିକ୍ତତା ଆସିପାରେ । ହେଲେ ଏହାକୁ ଏଡ଼ାଇ ଯାଇ, ସଂସାରର ଗାଡ଼ି ଆଗକୁ ଗଡାଇବାକୁ ହୋଇଥାଏ । ଯଦି ଭାବିଛନ୍ତି ତେବେ ଆପଣଙ୍କ ଜୀବନସାଥୀଙ୍କ ସହ କିଛିଟା ମତଭେଦ ରହୁଛି ଓ କେହି କାହାକୁ ବୁଝିବାକୁ ଚେଷ୍ଟା କରୁନାହାନ୍ତି ତେବେ ସମ୍ପର୍କରେ କିଛି ସମୟ ପାଇଁ ବ୍ରେକ ଦିଅନ୍ତୁ । କିଛି ଦିନ ପାଇଁ ଜୀବନସାଥୀଙ୍କଠାରୁ ଅଲଗା ରୁହନ୍ତୁ । ଉଭୟ ଅନୁଭବ କରିବେ ପରସ୍ପରର ଆବଶ୍ୟକତା । ଦୂରରେ ରହିଲେ ହିଁ ନିଜ ଲୋକର ଆବଶ୍ୟକତା କେତେ ହୋଇଥାଏ ଜଣାପଡ଼େ । ଏହା ପୁଣି ଆପଣଙ୍କ ଜୀବନ ଗାଡ଼ିକୁ ଟ୍ରାକ୍କୁ ନେଇ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ