ବ୍ଲକର ନୁତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ନୁତନ କାର୍ଯ୍ୟାଳୟ ଗୃହକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ସିଡିପିଓ ସରସ୍ୱତୀ ସେଠୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟାଳୟରେ ବିଡିଓଙ୍କ ଅଫିସ, ମୁଖ୍ୟକିରାଣୀ, କେସିୟର, ଏକାଉଣ୍ଟସ ସେକ୍ସନ ଓ ଯନ୍ତ୍ରୀମାନଙ୍କ ପ୍ରକୋଷ୍ଠ ରହିଛି । ଆଜିର ଏହି ଉଦଘାଟନ ଉତ୍ସବରେ ଅଭିମନୁ୍ୟ ସେଠୀ, ବୈଦ୍ୟନାଥ ସାମଲ,  ମଦନ ମୋହନ ନନ୍ଦୀ, ଗୋପାଳ ନାୟକ, ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି, କୈଳାଶ ରାଉତ, ଦେବବ୍ରତ ବେହେରା, ବାବନ ଚରଣ ସେଠୀ,  ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ଲକର ସହକାରୀ ଯନ୍ତ୍ରୀ ତପନ କୁମାର ପଲେଇ, କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ, ସୁକାନ୍ତ ନାୟକ, ରବିନ୍ଦ୍ର ସୋରେନ,  ସିପି ସୁବ୍ରତ ନାୟକ, କିରାଣୀ ଅବିନାଶ ପତି, କେସିୟର ହରେକୃଷ୍ଣ ପ୍ରଧାନ , ଏସିପି ପ୍ରଶାନ୍ତ କୁମାର ସେଠୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ରଞ୍ଜନ ମହାପାତ୍ର, ବୁଦ୍ଧଦେବ ଜେନା, ଜୟନ୍ତ ଦେବତା, ହିମାଶୁଂ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ