ବ୍ୟାଙ୍କ ଶିଳ୍ପରେ କର୍ପୋରେଟ୍‌ ପ୍ରବେଶ ଅନୁମତିକୁ ରାହୁଲ, ଚିଦମ୍ବରମ୍‌ଙ୍କ ବିରୋଧ

ନୂଆଦିଲ୍ଲୀ: ବ୍ୟାଙ୍କ ଶିଳ୍ପରେ କର୍ପୋରେଟ୍‌ ଓ ଶିଳ୍ପ ସଂସ୍ଥାକୁ ପ୍ରବେଶ ଅନୁମତି ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ କମିଟି ପ୍ରସ୍ତାବ ଦେବା ପରଠାରୁ ତାହାକୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ମିଳିତ ଭାବେ ଏହାକୁ ଏକ ଖରାପ ପ୍ରସ୍ତାବ ବୋଲି କହିଛନ୍ତି। ଏଭଳିକି ରେଟିଂ ଏଜେନ୍ସି ଏସ୍‌ଆଣ୍ଡ୍‌ପି ମଧ୍ୟ ଏହି ପ୍ରସ୍ତାବକୁ ନେଇ ଚିନ୍ତା ପ୍ରକଟ କରିଛି। ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସ୍ତାବକୁ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ନାଗରିକତା ବିଲ୍‌କୁ ବିରୋଧ ଚାଲିଥିବା ବେଳେ ଗୃହ ମନ୍ତ୍ରୀ ଅମିତ ଶାହ ଦେଇଥିବା ଚର୍ଚ୍ଚିତ ମନ୍ତବ୍ୟ ‘ଆପ୍ କ୍ରନୋଲୋଜି ସମଝିଏ’କୁ ରାହୁଲ ଏଥିପାଇଁ ବ୍ୟବହାର କରିଛନ୍ତି। ଟ୍ବିଟର୍‌ରେ ରାହୁଲ ଲେଖିଛନ୍ତି ଯେ ଆପଣମାନେ କ୍ରନୋଲୋଜିକୁ ବୁଝନ୍ତୁ। ପ୍ରଥମେ ବଡ଼ କଂପାନିଗୁଡ଼ିକର ଋଣ ଛାଡ଼ କରାଗଲା। ପରେ, କଂପାନି ପାଇଁ ଟିକସରେ ବଡ଼ ଧରଣର ହ୍ରାସ। ଏବେ ସେହି କଂପାନିଗୁଡ଼ିକ ସ୍ଥାପନ କରିବାକୁ ଯାଉଥିବା ବ୍ୟାଙ୍କକୁ ଲୋକମାନଙ୍କ ସଞ୍ଚୟ ରାଶିକୁ ସିଧାସଳଖ ଦିଆଯିବ। ସୁଟ୍‌ ବୁଟ୍‌ର ସରକାର। ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ମଧ୍ୟ ରିଜର୍ଭ ବ୍ୟାଙ୍କ କମିଟିର ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏହା ଏକ ବିପଜ୍ଜନକ ଏଜେଣ୍ଡା ‌େବାଲି ସେ କହିଛନ୍ତି। ବ୍ୟାଙ୍କ ଶିଳ୍ପକୁ ନିଜ କବ୍‌ଜାରେ ରଖିବା ପାଇଁ ପ୍ରସ୍ତୁତ କରାଯାଇଥିବା ବଡ଼ ଯୋଜନାର ଏହା ଏକ ଅଂଶ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ