ବ୍ୟାଣ୍ଡପାର୍ଟି ଗୁଡିକୁ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ନିମନ୍ତେ ଆବେଦନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ୟାଣ୍ଡ ଓ ବ୍ରାସ ପାର୍ଟିର ମାଲିକମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି । ସେମାନେ କହିଛନ୍ତି ଯେ କୋଭିଡ-୧୯ ଯୋଗୁଁ ଦୀର୍ଘଦିନ ଧରି ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଭଣ ବନ୍ଦ ରହିଥିବାରୁ ପ୍ରତି ପାର୍ଟିରେ ଥିବା ୨୦/୨୫ଜଣଙ୍କ ପରିବାର ଅତ୍ୟନ୍ତ ଦୁସ୍ତିତି ଦେଇ ଗତି କରୁଛନ୍ତି । ସେହି ପରିବାର ଗୁଡିକ ନିଜର କୈାଳିକ କଳା ପରିବେଷଣ କରି ପରିବାରର ଗୁଜୁରାଣ ମେଣ୍ଟାଇ ଥାନ୍ତି । କିନ୍ତୁ କରୋନା ଯୋଗୁଁ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ ବନ୍ଦ ହୋଇଯିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଅଗଷ୍ଟମାସ ୩୧ତାରିଖରେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା କୋଭିଡ-୧୯ ନିୟମାବଳୀରେ ସମସ୍ତ ବ୍ୟାଣ୍ଡ ପାର୍ଟି ସେମାନଙ୍କ ଅଚଂଳର ଥାନାରୁ ଅନୁମତି ନେଇ କୈାଳିକ ବ୍ୟବସାୟ କରିପାରିବେ ବୋଲି କିନ୍ତୁ କୈାଣସି ଥାନା ଏଥିନିମନ୍ତେ ଅନୁମତି ପ୍ରଦାନ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କ କୈାଳିକ ବ୍ୟବସାୟ କରିବା ନିମନ୍ତେ ବ୍ୟାଣ୍ଡ ଓ ବ୍ରାସ ପାର୍ଟି ଗୁଡିକୁ ଅନୁମତି ପ୍ରଦାନ କରାଯିବାକୁ ସଙ୍ଘର ସଭାପତି ଜୟନ୍ତ ରାଉତ, ବିଜୟ ରାଉତ, କୁନା ମଲିକ, ମହନି ମଲିକ, ଶୁଭ କୁମାର ଦାସ, ମୋହନ ମଲିକ, ଜ୍ଞାନ ସେଠୀ, ଅନନ୍ତ ସେଠୀ, ଟୁଟୁ ମଲିକ, ତାପସ କୁମାର ସିଂ, ପପିନା ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ