ଶ୍ରୀବଳଦେବଜୀଉଙ୍କ ବଡପଣ୍ଡାଙ୍କ ପତ୍ନୀ ବିୟୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା ବାବାଜୀ ଚରଣ ପତ୍ରୀଙ୍କ ଧର୍ମପତ୍ନୀ ସାବିତ୍ରୀ ପତ୍ରୀଙ୍କର ୮୭ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୁ, ନାତି,ନାତୁଣୀ, ଅଣନାତି, ଅଣନାତୁଣୀ, ପୁତୁରା, ପୁତୁରା ବୋହୁ, ବନ୍ଧୁ, ପରିଜନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତା ପତ୍ରୀଙ୍କ ବିୟୋଗରେ ଇଛାପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣା ମହିଳା ଥିଲେ । ଚକଡା ଗ୍ରାମ୍ୟ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ତୃତୀୟ ପୁତ୍ର ଭାଗବତ ପତ୍ରୀ ମୁଖାଗ୍ନି ଦେଇଥିଲେ ।


