ରାଇରଙ୍ଗପୁରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ରକ୍ତଦାନ ମହତ ଦାନ । ନିଜର ରକ୍ତଦାନ କରି ଅନ୍ୟର ଦୁର୍ଲଭ ଜୀବନକୁ ବଂଚାଇବା ଭଳି ପୂଣ୍ୟକାମ ଆଉ କିଛି ନାହିଁ । ଦେଶର ସୈନିକ ଭଳି ରକ୍ତଦାତାମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି । ଆଜି ବିଶ୍ଵ ରକ୍ତଦାତା ଦିବସ । ଏହି ରକ୍ତଦାତା ଦିବସ ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଥିଲା । ଏଥିରେ ରାଇରଙ୍ଗପୁର ମହାବିଦ୍ୟାଳୟ ର ଏନଏସଏସ ଏବଂ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଏନଏସଏସ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ପ୍ରାରମ୍ଭରେ ସାରା ସମାଜକୁ ବିଶ୍ୱ ରକ୍ତଦାତାଙ୍କ ଉପରେ ସଚେତନତା ସୃଷ୍ଟି କରାଇବା, ଯୁବଗୋଷ୍ଠୀଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ନେଇ ମିଳିତ ଭାବେ ସମସ୍ତେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ସହରବାସୀଙ୍କୁ ସଚେତନ କରାଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ସାଗର ନାଏକ, ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ପବିତ୍ର ପ୍ରତ୍ୟୁଷ ମିଶ୍ର, ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ରତିକାନ୍ତ ଗିରି, ରାଇରଙ୍ଗପୁର ମହାବିଦ୍ୟାଳୟ ଏନଏସଏସ ଅଧିକାରୀ ଅଧ୍ୟାପକ ରାଜେଶ ରାମ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଏନଏସଏସ ଅଧିକାରୀ ବିଜୟ ରାମଙ୍କ ସମେତ ସ୍ୱେଛାସେବୀ, ଗଣମାଧ୍ୟମ ସାମିଲ ହୋଇଥିଲେ । ପରେ ଏକ ସଚେତନତା ସଭା ରାଇରଙ୍ଗପୁର ହସ୍ପିଟାଲରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ ତୁଷାର କାନ୍ତ ମହାନ୍ତଙ୍କ ସମେତ ୬ ଜଣ ରକ୍ତଦାତାଙ୍କୁ ବିଶେଷ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଅତିଥିଗଣ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।୧୮ ଜଣ ରକ୍ତଦାତା ଏଭଳି ଘଡିଷନ୍ଧି ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଦୁର୍ଲଭ ଜୀବନକୁ ବଂଚାଇବାପାଇଁ ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ