ଭତ୍ତାହିତାଧିକାରୀ ଭତ୍ତା ନପାଇ ଅସନ୍ତୋଷ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭତ୍ତାହିତାଧିକାରୀମାନେ ଭତ୍ତା ନପାଇବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ଯୋଜନା ଅନୁଯାଇ ପ୍ରତ୍ୟେକ ମାସର ୧୫ତାରିଖରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀମାନେ ସେମାନଙ୍କ ଭତ୍ତା ପାଇଥାନ୍ତି । କିନ୍ତୁ କେନ୍ଦ୍ରାପଡା ପୈାରାଞ୍ଚଳରେ ଚଳିତ ମାସର ୧୫ତାରିଖରେ ଭତ୍ତା ହିତାଧିକାରୀମାନେ ଭତ୍ତା ପାଇନଥିବାରୁ ସେମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ଚଳିତମାସ ୧୬, ୧୭ ଓ ୧୮ତାରିଖ ଛୁଟି ପଡିଥିବାରୁ ସେମାନଙ୍କ ଭତ୍ତା ପାଇବାରେ ଆହୁରି ବିଳମ୍ବ ହୋଇଥିବା ଯୋଗୁଁ ଏବଂ କରୋନା କଟକଣା ଆରମ୍ଭ ହେବାକୁ ଯାଉଥିବାରୁ ସେମାନଙ୍କୁ ଆଉ ବିଳମ୍ବ ନକରି ଭତ୍ତା ପ୍ରଦାନ କରାଯିବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।


