ମେଡିକାଲ ଭିତରକୁ ଗାଡି ଛଡାଯାଉନଥିବାରୁ ସମ୍ମୁଖ ରାସ୍ତା ଜାମ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରକୁ ଗେଟ ପାଖରୁ କୈାଣସି ଗାଡି ଛଡାଯାଉନଥିବାରୁ ମେଡିକାଲ ସମ୍ମୁଖ ରାସ୍ତାରେ ଗାଡି ଗୁଡିକ ରହି ରାସ୍ତାକୁ ଜାମ କରୁଥିବା ଦେଖିବାକୁ ମିଳିଛି । ଫଳରେ ସେହି ରାସ୍ତା ଦେଇ ସୁନାଇଲୋ, ପଶୁ ଡାକ୍ତରଖାନା ଓ ଜୟୀପୁରା ପ୍ରଭୃତି ସ୍ଥାନକୁ ଯାଉଥିବା ଗାଡି ଗୁଡିକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ପୂର୍ବରୁ ମେଡିକାଲ ଭିତରକୁ ଯାଉଥିବା ଗାଡି ଗୁଡିକ ମୁଖ୍ୟ ଗେଟ ନିକଟ ଡାହାଣ ପାଶ୍ୱର୍ରେ ଥିବା ପାର୍କି ସ୍ଥାନରେ କିମ୍ବା ବାମ ପାଶ୍ୱର୍ରେ ଥିବା ସ୍ଥାନରେ ରଖାଯାଉଥିଲା । କିନ୍ତୁ ଏବେ ସେହି ସ୍ଥାନରେ ଗାଡି ରଖାଗଲେ କୈାଣସି ଅସୁବିଧା ହେବାର ସମ୍ଭାବନା ନଥିବା ବେଳେ ଗେଟ ଭିତରକୁ ଗାଡି ଗୁଡିକ ଛଡା ନଯିବା ଦ୍ୱାରା ମେଡିକାଲ ସମ୍ମୁଖ ରାସ୍ତାଟି ଜାମ ହୋଇ ବହୁ ଅସୁବିଧା ସୃଷ୍ଟି ହେଉଥିବାରୁ ଏଥିପ୍ରତି ମେଡିକାଲ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


