ଭାଙ୍ଗିଲା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା

ଭୁବନେଶ୍ୱର(ୱାଇଏନ୍‌ଏସ୍‌): ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୁଦ୍ଧ ମୂର୍ତ୍ତିର ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ନିଷ୍ପତ୍ତି ପରେ ଏହି ସ୍ଥାନକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସ୍ମାର୍ଟ ସିଟି ଲିମିଟେଡ୍ ଏଥିପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିଛି । ଭାସ୍କର୍ୟ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଏହି କାମ ଚାଲିଥିବାବେଳେ ମୂର୍ତ୍ତିଟି ଭାଙ୍ଗି ଯାଇଛି । ଉଠା ଯନ୍ତ୍ର ସାହାଯ୍ୟରେ ମୂର୍ତ୍ତିକୁ ହଟା ଯାଉଥିବାବେଳେ ଅଂଟା ପାଖରୁ ନର୍ତ୍ତକୀ ମୂର୍ତ୍ତିଟି ଭାଙ୍ଗି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ