ଭାରତର ଡେପୁଟି ହାଇକମିସନରଙ୍କୁ ପାକିସ୍ତାନର ସମନ୍
ଇସଲାମାବାଦ : ନିୟନ୍ତ୍ରଣ ରେଖା ନିକଟରେ ଭାରତର ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବ ଅଭିଯୋଗ ପାକିସ୍ତାନ ଆଣିଛି । ଭାରତୀୟ ସେନାର ଗୁଳିମା?ରେ ଜଣେ ୫୦ ବର୍ଷୀୟା ପାକିସ୍ତାନୀ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ବୋଲି ପାକିସ୍ତାନ ଅଭିଯୋଗ କରିଛି । ଏଥିପାଇଁ ପାକିସ୍ତାନ ପକ୍ଷରୁ ଭାରତୀୟ ଦୂତାବାସର ଡେପୁଟି ହାଇକମିସନର ଗୌରବ ଆଲୁୱାଲିଆ କହିଛନ୍ତି । ଏହି ସମ୍ବାଦ ଡନ୍ ଖବରକାଗଜରେ ପ୍ରକାଶ ପାଇଛି । ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ପ୍ରବକ୍ତା ମହମ୍ମଦ ଫଇଜଲ ଭାରତର ଡେପୁଟି ହାଇକମିସନରଙ୍କୁ ସମନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଗତମାସରେ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଭାରତ ଫେରାଇ ନେବାକୁ ନୂଆଦିଲ୍ଲୀକୁ କହିଥିଲା । ଏହାପରେ ଭାରତ ସରକାର ଶ୍ରୀ ବିସାରିଆଙ୍କୁ ଫେରାଇ ଅଣାଯାଇଛି ।


