ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ୨୦୧୯ ରିପୋର୍ଟ : ଖସିଲା ପୂର୍ବତଟ, ୮୭ତମ ସ୍ଥାନରେ ଭୁବନେଶ୍ୱର ଷ୍ଟେସନ

ନୂଆଦିଲ୍ଲୀ : ଷ୍ଟେସନ ର‌୍ୟାଙ୍କିଙ୍ଗରେ ଭୁବନେଶ୍ୱର ରେଳଷ୍ଟେସନ ଏଥର ୮୭ତମ ସ୍ଥାନରେ ରହିଛି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିବା ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ୨୦୧୯ ରିପୋର୍ଟରୁ ଏହା ଜଣାପଡିଛି । ଦେଶର ୭୨୦ଟି ରେଳଷ୍ଟେସନକୁ ନେଇ ର‌୍ୟାଙ୍କିଙ୍ଗ୍ କରାଯାଇଥିଲା ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶର ମୋଟ ୧୬ଟି ଜୋନରୁ ପୂର୍ବତଟ ରେଳପଥ ଚଳିତବର୍ଷ ରିପୋର୍ଟରେ ନବମ ସ୍ଥାନକୁ ଖସିଛି । ଗତବର୍ଷ ତୁଳନାରେ ଏଥର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୨୦୧୮ରେ ପୂର୍ବତଟ ରେଳପଥ ତୃତୀୟ ସ୍ଥାନରେ ଥିଲା । ଅନ୍ୟପକ୍ଷରେ ଗତବର୍ଷ ଦକ୍ଷିଣ ପୂର୍ବ ରେଳପଥ୧୧ତମ ସ୍ଥାନରେ ଥିବା ବେଳେ ଏଥର ୧୫କୁ ଖସିଆସିଛି ।
ଏହି ରିପୋର୍ଟ ଅନୁସାରେ, ଭୁବନେଶ୍ୱର ରେଳଷ୍ଟେସନ ୮୭ତମ ସ୍ଥାନରେ ଥିବା ବେଳେ କଟକ ରେଳ ଷ୍ଟେସନ ୧୯୧ ସ୍ଥାନରେ ରହିଛି । ରାଉରକେଲା ୧୯୪, ଯାଜପୁର କେନ୍ଦୁଝର ରୋଡ ୨୬୬, ସମ୍ବଲପୁର ୨୯୩, ଭଦ୍ରକ ୩୧୭, ବାଲେଶ୍ୱର ୩୭୨, ରାୟଗଡା ୩୭୪, ପୁରୀ ୪୦୧, ଖୋର୍ଧା ରୋଡ ୪୧୫ ତମ ସ୍ଥାନରେ ରହିଛି । ସେହିଭଳି ଟିଟିଲାଗଡ଼ ଜଙ୍କସନ୍ ୪୩୯, ବ୍ରହ୍ମପୁର ୪୪୫, ବାଲୁଗାଁ ୪୭୩, ବଲାଙ୍ଗୀର ୫୩୭, କେସିଙ୍ଗା ୫୮୫ ଓ ଝାରସୁଗୁଡା ୫୯୪ ସ୍ଥାନରେ ରହିଥିବା ଜଣାପଡିଛି । ସେହିଭଳି ଗ୍ରିନ୍ ଷ୍ଟେସନ ବା ପରିବେଶ ଅନୁକୂଳ ଷ୍ଟେସନ କ୍ଷେତ୍ରରେ ଭୁବନେଶ୍ୱରକୁ ୧୮.୭, କଟକ ୧୩, ରାଉରକେଲା, ୨୧.୩, ଯାଜପୁର କେନ୍ଦୁଝର ରୋଡ ୧୬, ସମ୍ବଲପୁର ୨୭, ଭଦ୍ରକ ୭.୩, ବାଲେଶ୍ୱର ୭.୯, ରାୟଗଡା ୧୨, ପୁରୀ ୧୯, ଖୋର୍ଦ୍ଧା ରୋଡ ୧୫, ଟିଟିଲାଗଡ ୧୩.୩, ବ୍ରହ୍ମପୁର ୭, ବାଲୁଗାଁ ୧୩.୬, ବଲାଙ୍ଗୀର ୧୬.୮, କେସିଙ୍ଗା ୧୨.୩, ଝାରସୁଗୁଡା ୧୬ ପଏଣ୍ଟ ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ