ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‍ର ୪ର୍ଥ ଦିବସ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ର ଚତୁର୍ଥ ଦିବସରେ ୬ ଓ୍ଵିକେଟ୍‌ରେ ୩୧୨ ରନ୍‌ କରି ରବିବାର ଦିନ ଅଷ୍ଟ୍ରେଲିଆ ଦ୍ୱୀତିୟ ଇନିଙ୍ଗ୍‌ସ୍‌ ଘୋଷଣା କରିଛି। ଏହି ମ୍ୟାଚ୍‌ ଜିଣିବା ଲାଗି ଏବେ ଭାରତକୁ ୪୦୭ ରନ୍‌ ସଂଗ୍ରହ କରିବାକୁ ପଡ଼ିବ। ଆଜି ଚତୁର୍ଥ ଦିବସ ଖେଳ ପ୍ରାରମ୍ଭରୁ ହିଁ ଅଷ୍ଟ୍ରେଲୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ଏବଂ କ୍ୟାମେରନ୍‌ ଗ୍ରିନ୍‌ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଆର୍‌ ଅଶ୍ୱିନୀଙ୍କଦ୍ୱାରା ଆଉଟ୍‌ ହୋଇଥିବା ସ୍ମିଥ୍‌ ଏବଂ ଜସପ୍ରୀତ୍‌ ବୁମ୍‌ରାଙ୍କ ଦ୍ୱାରା ଆଉଟ୍‌ ହୋଇଥିବା ଗ୍ରିନ୍‌ ମିଳିତ ଭାବେ ୮୦ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପାଇନ୍‌ ଇଂନିଙ୍ଗ୍‌ସ୍‌ ଘୋଷଣା କରିଥିଲେ।ଏହାପରେ ଟିମ୍‌ ଇଣ୍ଡିଆର ରୋହିତ ଶର୍ମା ଏବଂ ଶୁଭମ୍‌ ଗିଲ୍‌ ଓପେନିଙ୍ଗ୍‌ ବ୍ୟାଟ୍‌ସ୍‌ମ୍ୟାନ୍‌ ଭାବେ ଖେଳିବାକୁ ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ୧୦ ଓଭର୍‌ ଖେଳି ବିନା କୌଣସି ଓ୍ଵିକେଟ୍‌ ହରାଇ ଭାରତ ୨୮ ରନ୍‌ ସଂଗ୍ରହ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ