ଭାରତ ବିକାଶ ପରିଷଦ ଶାଖାର ‘ଭାରତକୁ ଜାଣ’ ପ୍ରତିଯୋଗିତା

ଅଜ୍ଞାନ ରୂପକ ଅନ୍ଧାରରୁ ଜ୍ଞାନରୂପକ ଆଲୋକକୁ ଗମନ କରିବାର ମହାନ୍ ପର୍ବ ଦୀପାବଳୀର ଶୁଭ ଅବସରରେ ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ତରଫରୁ ‘ଭାରତକୁ ଜାଣ’ ପ୍ରଶ୍ନୋତ୍ତର ପ୍ରତିଯୋଗିତା ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ବିଷୟରେ ଜ୍ଞାନ ଆହରଣ କରିବାର ଏହି ପ୍ରତିଯୋଗିତାରେ ୧୪ଟି ବିଦ୍ୟାଳୟର ୬ଷ୍ଠରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ କନିଷ୍ଠ ଏବଂ ବରିଷ୍ଠ ଦୁଇଟି ବିଭାଗରେ ଲିଖିତ ଏବଂ ମୌଖିକ ପ୍ରଶ୍ନୋତ୍ତରର ସମ୍ମୁଖୀନ ହୋଇଥିଲେ । କନିଷ୍ଠ ଏବଂ ବରିଷ୍ଠ ବିଭାଗରେ ୫ଟି ବିଦ୍ୟାଳୟର ପ୍ରତିଯୋଗୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମୌଖିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । କନିଷ୍ଠ ବିଭାଗର ପ୍ରତିଯୋଗିତାକୁ ମୃତ୍ୟୁଞ୍ଜୟ ମହାନ୍ତି ଏବଂ ବରିଷ୍ଠ ବିଭାଗର ପ୍ରତିଯୋଗିତାକୁ କୁମାରୀ ଦିବ୍ୟସ୍ୱରୂପା ମହାନ୍ତି ପରିଚାଳନା କରିବା ସହ ସ୍କୋରର ଭାବେ ଶିରିଶ ଚନ୍ଦ୍ର ଦାସ ଏବଂ ସମୟ ରକ୍ଷକ ଭାବେ ସୁଶ୍ରୀ ସୁଧା ପଟ୍ଟନାୟକ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତା କନିଷ୍ଠ ବିଭାଗରେ ଶ୍ରୀ ସତ୍ୟସାଇ ସ୍କୁଲ୍‌, ଡୁମୁଡୁମାର ଆଶିଷ ତ୍ରିପାଠୀ ଏବଂ ଆର୍ଚ୍ଚିସା ସାହୁ-ପ୍ରଥମ ସ୍ଥାନ, ସରସ୍ୱତୀ ଶିଶୁ ମନ୍ଦିର ଆତିମାତା କଲୋନୀର ଅସ୍ମିନ ପରିଡ଼ା ଏବଂ ପ୍ରଦୋଷ କୁମାର ସାହୁ-ଦ୍ୱିତୀୟ ଏବଂ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଡୁମୁଡୁମାର ଦିଲ୍‌ସାନ ମହାନ୍ତି ଏବଂ ବିଶ୍ୱପ୍ରିୟ ପାତ୍ର-ତୃତୀୟ ସ୍ଥାନ ଅଧିକାର କରିବା ସହ ବରିଷ୍ଠ ବିଭାଗରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ୟୁନିଟ୍‌-୪ର ପ୍ରଜ୍ଞା ନିବେଦିତା ସାହୁ ଏବଂ ବନ୍ଦନା ପ୍ରିୟଦର୍ଶିନୀ-ପ୍ରଥମ ସ୍ଥାନ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଦିମାତା କଲୋନୀର ରାହୁଲ ଦେବ ପରିଡ଼ା ଏବଂ ଅମିୟ ରଞ୍ଜନ ଗୌଡ଼-ଦ୍ୱିତୀୟ ସ୍ଥାନ ଏବଂ କସ୍ତୁରବା ଶିକ୍ଷାଶ୍ରମ, ନୂଆପଲ୍ଲୀର ଶର୍ମିଷ୍ଠା ପ୍ରିୟଦର୍ଶିନୀ ଏବଂ ବିଜୟଲକ୍ଷ୍ମୀ ସ୍ୱାଇଁ-ତୃତୀୟସ୍ଥାନ ଅଧିକାର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦୁଇଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀ ସାଇ ସରସ୍ୱତୀ ସ୍କୁଲ୍ ଏବଂ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ୟୁନିଟ୍‌-୪ର ପିଲାମାନେ ପରବର୍ତ୍ତୀ ପର୍ଯ୍ୟାୟ ନଭେମ୍ବର ୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତିି । ପ୍ରତିଯୋଗିତା ପରେ ପରେ ଅପରାହ୍ନ ୧.୩୦ମିନିଟ୍ ସମୟରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଭାରତ ବିକାଶ ପରିଷଦର ‘ରାଷ୍ଟ୍ରୀୟ ସଚିବ’ ଶ୍ରୀମତୀ ଗୀତା ପଟ୍ଟନାୟକ ମୁଖ୍ୟ ଅତିଥି, ଉପଦେଷ୍ଟା ଲକ୍ଷ୍ମଣକୁମାର ମହାନ୍ତି ମୁଖ୍ୟବକ୍ତା, ବିଏମ୍‌ସିର ପୂର୍ବତନ କାଉନସିଲର ନବକିଶୋର ବେହେରା ସମ୍ମାନିତ ଅତିଥି, କସ୍ତୁରବା ଶିକ୍ଷାଶ୍ରମର ସମ୍ପାଦକ କାହ୍ନୁଚରଣ ମହାକୁଡ଼ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ପବିତ୍ର ଦୀପାବଳୀ ଉତ୍ସବରେ ଜ୍ଞାନର ଦୀପାଳୀ ଉଦ୍‌ଭାସିତ କରିବାକୁ ପରାମର୍ଶ ଦେଇଥିଲେ । ସଭାପତି ଲଡୁକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ପ୍ରମଥେଶ ମହାନ୍ତି, ଉପସଭାପତି ଗୌରାଙ୍ଗ ନାୟକ ଏବଂ ସୁଶ୍ରୀ ମଞ୍ଜୁଳା ତ୍ରିପାଠୀ, କାର୍ଯ୍ୟକ୍ରମର ଆବାହିକା ଶଶିପ୍ରଭା ଦାସ ଉପସ୍ଥିତ ଥିଲେ । ମନୋରଞ୍ଜନ ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବୋଧ ଚନ୍ଦ୍ର ମହାନ୍ତି, ଲିଙ୍ଗରାଜ ମହାପାତ୍ର, ମୁରଲୀଧର ନାୟକ, ସୁଭାଷ ଚନ୍ଦ୍ର ମହାନ୍ତି, ବିଦ୍ୟାସାଗର ସ, ପ୍ରତାପ କେଶରୀ ନାୟକ, ପିତାମ୍ବର ରଥ, ରିଭା ମହାନ୍ତି, ସୁଭଦ୍ରା ମିଶ୍ର, ବବିତା ମହାନ୍ତି ଏବଂ ଭୁବନେଶ୍ୱର ଉତ୍ତର ଶାଖାର ସଭାନେତ୍ରୀ, ସମ୍ପାଦକ ଏବଂ ସଭ୍ୟମାନେ ତଥା କସ୍ତୁରବା ଶିକ୍ଷାଶ୍ରମର ଗୁରୁଜୀ, ଗୁରୁମା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣି ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ