ଭିଏଲଡବ୍ଲ୍ୟଙ୍କୁ ବଦଳି ନେଇ ବିଡ଼ିଓଙ୍କୁ ଦାବିପତ୍ର ଦେଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ପଞ୍ଚାୟତ ପାଲଟିଛି ଦୁର୍ନୀତିରର ଗନ୍ତାଘର । କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଗ୍ରାମ ପଞ୍ଚାୟତକୁ ଦେଉଛନ୍ତି । ପଲ୍ଲିର ବିକାଶ ହେଲେ ଦେଶର ବିକାଶ ହେବ । ଏହାକୁ ନେଇ ସରକାର ଚିନ୍ତିତ ଥିବାବେଳେ କିଛି ଦୁର୍ନୀତି ଗ୍ରସ୍ତ ଭିଏଲଡବ୍ଲ୍ୟଙ୍କ ପାଇଁ ପଞ୍ଚାୟତର ବିକାଶ ବଦଳରେ ବିନାଶ ଚାଲିଛି । ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଉଛନ୍ତି ଭିଏଲଡବ୍ଲ୍ୟ । ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସରପଞ୍ଚ ହେଉଛନ୍ତି ଅନଭିଜ୍ଞ, ଠିକାଦାର ନିୟନ୍ତ୍ରିତ, ଭିଏଲଡବ୍ଲ୍ୟ ନିୟନ୍ତ୍ରିତ, ମହିଳା, ଶିକ୍ଷାଗତ ଯୋଗ୍ୟତା କମ୍ । ଏମାନଙ୍କର ଏଭଳି ଲାକୁନାର ଫାଇଦା ନେଉଛନ୍ତି ବ୍ଲକ ପ୍ରଶାସନ, ରାଜନୈତିକ ନେତୃବୃନ୍ଦ, ଠିକାଦାର ବୃନ୍ଦ ଏବଂ ପରିଶେଷରେ ସର୍ବେସର୍ବା ଭିଏଲଡବ୍ଲ୍ଯ । ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ଭିଏଲଡବ୍ଲ୍ୟ ନାହାନ୍ତି । ଜଣେ ଜଣେ ଭିଏଲଡବ୍ଲ୍ୟ ଦୁଇ ଦୁଇଟି ପଞ୍ଚାୟତରେ ବର୍ଷ ବର୍ଷ ଧରି ଦାୟିତ୍ଵରେ ଅଛନ୍ତି । ସେମାନଙ୍କ ଚେର ବହୁତ ଭିତରକୁ ଯାଇଛି । ତାଙ୍କର କେହି କିଛି ବଙ୍କା କରିପାରିବେ ନାହିଁ ।ବ୍ଲକ ପ୍ରଶାସନ ଇଶାରାରେ ସେମାନେ ବଳିୟାନ । ଅସହାୟ ସରପଞ୍ଚ, ଠିକାଦାର ସହିତ ମଧୁଚନ୍ଦ୍ରିକା,ବ୍ଳକ ପ୍ରଶାସନର ଆଶୀର୍ବାଦ ତାଙ୍କ ମୁଣ୍ଡରେ ।ବିଶୋଇ ବ୍ଲକରେ ପଞ୍ଚାୟତ ମାନଙ୍କରେ ଦିର୍ଘବର୍ଷ ଧରି ଦୁର୍ନୀତିର ଚେର ଭିଡିଥିବା ପଞ୍ଚାୟତ ନିର୍ବାହୀ ମାନଙ୍କର ବଦଳି ନେଇ ଅଣ୍ଟା ଭିଡିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚା । ସରକାରଙ୍କ ନିୟମ ଅଛି କୌଣସି ସରକାରୀ କର୍ମଚାରୀ ୩ଵର୍ଷରୁ ଅଧିକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦାୟିତ୍ବରେ ରହିବେ ନାହିଁ । ବିଶୋଇ ବ୍ଲକର ଦିର୍ଘବର୍ଷ ଧରି ଯାବୁଡି ବସିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୂ ପୂର୍ବତନ ମୟୂରଭଞ୍ଜ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କ ନେତୃତ୍ୱରେ ଆଜି ବିଶୋଇ ବ୍ଲକର ବିଡ଼ିଓ ଶ୍ରୀଯୁକ୍ତ ଭାଗବତ ମହାପାତ୍ରଙ୍କୁ ଏହାକୁ ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ,ସୁନରାମ ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଘଟଣାକୁ ନେଇ ଭିଏଲଡବ୍ଲ୍ୟଙ୍କ ମଧ୍ୟରେ ଛନକା ଓ ଆଶଙ୍କା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ