ଭିକାରୀପଲ୍ଲୀ ମଣ୍ଡଳ ସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର
ଛତ୍ରପୁର,(ଦେବଦତ୍ତ ମହାରଣା): ବିଜେପି ପାର୍ଟିର ଭିକାରୀପଲ୍ଲୀ ମଣ୍ଡଳ ସ୍ଥରୀୟ ପ୍ରଶିକ୍ଷଣ ଶିବିର ମହାନାଦପୁର ସ୍ଥିତ ଚଟେଇଶୁଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରକୁ ବିଜେପି ଜିଲ୍ଲାସଭାପତି ବିଭୂତି ଭୂଷଣ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ରାଜ୍ୟର ରାଜ ନୈତିକ ପୃଷ୍ଠ ଭୂମି , ନିର୍ବାଚନ ପରିଚାଳନା, ବିଜେପିର ଇତିହାସ ଓ ବିକାଶ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଜିଲ୍ଲା ସମ୍ପାଦକ ରାଜେଶ କୁମାର ସାହୁ, କୃଷକ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଗଙ୍ଗାଧର ଶତପଥୀ , ଛତ୍ରପୁର ଏନଏସି ପ୍ରଭାରି ଲକ୍ଷ୍ମୀ ନାରାୟଣ ପଣ୍ଡା, ତ୍ରିପତି ରାଓ , ବିଜୟ ମୁଦୁଲି, ଗାଣ୍ଡୁଧର ଗୈାଡ, ଗୋପାଳ ପ୍ରହରାଜ, ସୁରେନ୍ଦ୍ର ସେଠୀ, ଚୈତନ୍ୟ ପ୍ରଧାନ ଦୁର୍ଯ୍ୟୋଧନ ନାହାକଙ୍କ ସମେତ ବହୁ ବିଜେପି କର୍ମୀ ମାନେ ପ୍ରଶିକ୍ଷିତ ନିମନ୍ତେ ଯୋଗଦେଇଥିଲେ ।


