ସମ୍ବିଧାନ ପ୍ରଣେତା ଡଃ.ଭିମାରାଓଆମ୍ବେକରଙ୍କ ୬୪ତମ ମହାପରି ନିର୍ବାଣ ଦିବସ ଛତ୍ରପୁର ଠାରେ ପାଳିତ
ଛତ୍ରପୁର,(ଦେବଦତ୍ତ ମହାରଣା) : ବହୁ ଜନ କ୍ରାନ୍ତି ମୋର୍ଚ୍ଚା , କ୍ରାନ୍ତି ଯୁବ ଛାତ୍ର ସଂଘ ଓ ଦଳିତ ସହାୟକ ପ୍ରତିଷ୍ଠାନ ର ମିଳିତ ଆନୁକୂଲ୍ୟ ଛତ୍ରପୁର ଠାରେ ଭାରତର ସମ୍ବିଧାନ ପ୍ରଣେତା ସମାଜ ସଂସ୍କାରକ ଡଃ. ଭିମାରାଓ ଆମ୍ବେଦକରଙ୍କ ୬୪ତମ ମହାପରି ନିର୍ବାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଦୁଇଟି ସଂଗଠନ ର ବହୁ ସଭ୍ୟ /ସଭ୍ୟା ମାନେ ଏକ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ରେ ବହୁ ଜନ କ୍ରାନ୍ତି ମୋର୍ଚ୍ଚା ର ସଭାପତି ତଥା ଆଇନଜିବୀ ସୁମା ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲ। । ଏଥିରେ ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ଉପସଭାପତି ଜଗନ୍ନାଥ ଦାସ, ଲିଙ୍ଗରାଜ ନାୟକ, ରୀନା ନାୟକ, କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଆମିନ ଖାନ୍ , ମାନବ ସୁରକ୍ଷା ଅଧିକାର ମଞ୍ଚ ର ଅବନି ଗୟା ଓ ଗୁରୁଦେବ ବେହେରା ପ୍ରମୁଖ ଯୋଗଦେଇ ଡଃ. ଭିମାରାଓ ଆମ୍ବେଦକରଙ୍କ ଗୁଣଗାନ କରିଥିଲେ ।


