ଭିଜିଲାନ୍ସ ପଞ୍ଝାରେ ପଂଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ

କୋରାପୁଟ (ହେମନ୍ତ ପାଣିଗ୍ରାହୀ)ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗରେ ନବରଙ୍ଗପୂର୍ ଜିଲ୍ଲା ରାୟଘର ବ୍ଲକ୍ ପରଚିପାରା ଜିପି ଏବଂ କାଚରାପାରା-୩ନଂ ଜିପି ଦୁଇଟି ପଂଚାୟତର ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରାକୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ସୂଚନା ମୁତାବକ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ଉଭୟ ପଂଚାୟତ ର ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ଆସିଥିବା ଅର୍ଥ ପ୍ରାୟ ୬୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଶ୍ରୀ ଭତ୍ରାଙ୍କ ନାମରେ ପୁର୍ବରୁ କାର୍ଯ୍ୟରତ ଥିବା ତୁରୁଡ଼ି ଗ୍ରାମ ପଞ୍ଚାୟତରେ ଦୁର୍ନୀତି ରେ ଲିପ୍ତ ରହିଥିବା ଅଭିଯୋଗ ରେ କୁନ୍ଦେଇ ଥାନାରେ ରାୟଘର ବିଡ଼ିଓ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଓଡ଼ିଶା ଭିଜିଲାନ୍ସ ଦଳ ଦୀର୍ଘ ଦୁଇ ମାସ ଧରି ଅନୁସନ୍ଧାନ ଜାରି ରଖିଥିଲା। ତଦନ୍ତ ବେଳେ ପିଇଓ ବାବୁ ଜଣକ ସରକାରୀ ଅର୍ଥ କୁ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ଜମା କରି ଆତ୍ମସାତ କରିଥିବା ଜଣା ପଡ଼ିଥିଲା। ଏହାକୁ ଭିତ୍ତିକରି ଓଡ଼ିଶା ଭିଜିଲାନ୍ସ ଉକ୍ତ ପିଇଓଙ୍କ ନାମରେ ଦୁଇଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଜୟପୁର ଭିଜିଲାନ୍ସ ଏସ ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ