ଭିନ୍ନ ଢ଼ଙ୍ଗରେ କରୋନା ଫାଇଟର୍ଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):କଳ୍ପନା ଛକ ଟୋକା ସଂଘ ପକ୍ଷରୁ ଅଭିନବ ଉପାୟରେ ସମ୍ବର୍ଦ୍ଧନା ଦିଆଯାଇଛି । ବଲିଉଡ୍ ଅଭିନେତା ସୋନୁ ସୁଦ୍, ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଓ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ କଳ୍ପନା ଛକଠାରେ କରୋନା ମହାମାରୀରେ ସାଧାରଣ ଲୋକମାନଙ୍କୁ ହହେତୁକ ସାହାଯ୍ୟ ସହଯୋଗ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମାଜିକ ଦୂରତ୍ୱ ରକ୍ଷା କରି କରୋନା ଫାଇଟରକିଙ୍ଗ୍ ଭାବେ ଓ ରାନୀ ପଣ୍ଡାଙ୍କୁ କରୋନା ଫାଇଟର୍ କୁଇନ୍ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଳ୍ପନା ଛକ ଟୋକା ପ୍ରତିଷ୍ଠାତା ବାପୁ ଓଝା ପରିଚାଳନା କରିବା ସହିତ ସଂଘ ସଭାପତି ଧୀରେନ ରାଉତରାୟ, ସମାଜସେବୀ ମହାସଂଘର ମୁଖପାତ୍ର ପ୍ରସନ୍ନ ପାଣି, ତନ୍ମୟ ସାମନ୍ତରାୟ, ଅରୁଣ ଜେନା, ସୁମନ୍ତ ସ୍ୱାଇଁ, ବନ୍ଦନା ହରିଚନ୍ଦନ, ଲକ୍ଷ୍ମଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


