ବଜାର ଅଞ୍ଚଳ ରାସ୍ତା ପ୍ରଶସ୍ତିକରଣ, ଡ୍ରେନେଜ୍ କାର୍ଯ୍ୟ ଅଧପନ୍ତରିଆ, ସମସ୍ୟା ଭୋଗୁଛନ୍ତି ଲୋକେ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବନ୍ତ ବଜାର ଅଞ୍ଚଳ ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନେଜ୍ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ସାଧାରଣଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ଗତ ୮ ମାସ ପୂର୍ବେ ରାଜ୍ୟ ରାଜପଥର କେନାଲ ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ବଜାର ଅଞ୍ଚଳ ରାସ୍ତାର ପ୍ରଶସ୍ତିକରଣ, ଡ୍ରେନେଜ୍ ଓ ଆଲୋକୀକରଣ ବ୍ୟବସ୍ଥା ନେଇ ପ୍ରଶାସନିକ ସ୍ତରରେ ସର୍ଭେ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ସଂପୃକ୍ତ ଠିକାଦାରୀ ସଂସ୍ଥା ଦ୍ୱାରା ଗତ ଜାନୁଆରୀ ମାସ ଠାରୁ ନିର୍ମାଣ ଆରମ୍ଭ ହୋଇଥିଲା । ଦୀର୍ଘ ୬ ମାସ ହେବ ବଜାର ଅଞ୍ଚଳ ରାସ୍ତା ପାଶ୍ୱର୍ ଗୁଡିକୁ ସଂପୃକ୍ତ ଠିକାଦାର ସଂସ୍ଥା ଖୋଳି ପକାଇ ଥିବା ବେଳେ ଅଦ୍ୟାବଧି କାର୍ଯ୍ୟ କରିବାର ନାଗନ୍ଧ ଧରୁ ନାହିଁ । ଫଳରେ ରାସ୍ତାରେ ଯାତାୟତ କରୁଥିବା ଯାନବାହାନ ସମେତ ସାଧାରଣଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ସାଧାରଣଲୋକମାନେ ଦୋକାନ, ବ୍ୟାଙ୍କ ଓ ଅଫିସକୁ ଯିବାରେ ସମସ୍ୟା ଭୋଗୁଛନ୍ତି । ଏବେ ବର୍ଷା ହେବା ଫଳରେ ଖୋଳା ଯାଇଥିବା ସ୍ଥାନରେ ଆଣ୍ଠୁଏ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଏଥିସହ ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ