ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ଦୁଇ ବଖରା ଚାଳଘର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଆଜି ଦିନ ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ଜଳିଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ଯୁଦ୍ଧିଷ୍ଠିର ବେହେରାଙ୍କ ଘରେ ସର୍ଟ ସର୍କିଟ ଘଟି ଘରେ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀମାନେ ବହୁ କଷ୍ଟକରି ନିଆଁକୁ ଆୟତ କରିଥିବାବେଳେ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ପ୍ରକାର ଆସବାପତ୍ର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ