ପୁଲିସ ଆକ୍ରମଣ ବିରୁଦ୍ଧରେ ଥାନାରେ ଏଫଆଇଆର ଦେଲା ବିଜେପି

ହାଟଡିହି, (ବିକାଶ ବିଶ୍ୱାଳ):ଭୁବନେଶ୍ୱରରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସମୟରେ ପୁଲିସ ପକ୍ଷରୁ ବିଜେପି ଯୁବମୋର୍ଚ୍ଚାର କର୍ମୀ ମାନଙ୍କୁ ଯେପରି ଆକ୍ରମଣ କଲା ତାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ହାଟଡିହି ବ୍ଲକର ସୋସୋ ଥାନା ଓ ନନ୍ଦିପଦା ଥାନାରେ ଏଫ.ଆଇ.ଆର ପ୍ରଦାନ କରାଯାଇଛି । ଆଜି ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଧୁସୁଦନ ରାଉତ, ସୁଶାନ୍ତ ଜେନା, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ହରମୋହନ ଶାସିନି,ଶଶିକାନ୍ତ ରାଉତ, ରାଜେଶ ସେଠୀ, ଆଲୋକ ଦାଶ, ଅଧର ବେହେରା, ପ୍ରେମାନନ୍ଦ ମିଶ୍ର, ଦୀନବନ୍ଧୁ ମହାନ୍ତି, ଅନାଦି ସାହୁ, ଶୁଭାଦ୍ରୀ ବଳିୟାର ସିଂଙ୍କ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଥାନା ସମ୍ମୁଖରେ ପୁଲିସ ଅତ୍ୟାଚାରର ପ୍ରତିବାଦ କରିଥିଲେ । ଆନେ୍ଦାଳନକୁ ଭଣ୍ଡୁର କରିବାପାଇଁ ବିଜେଡି ସରକାର ପୁଲିସକୁ ଅସ୍ତ୍ର କରି ପୁର୍ବ ଯୋଜନା ଅନୁଯାଇ ବିଜେପି କର୍ମୀ ମାନଙ୍କ ଉପରେ ଅତି ଅମାନବୀୟ ଆକ୍ରମଣ କରିଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଥିଲେ । ପରେ ଥାନା ଅଧିକାରୀ ମାନଙ୍କୁ ଲିଖିତ ଏଫଆଇଆର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ