ଭୁସ୍ଖଳନ ସ୍ଥାନ ପରିଦର୍ଶନ କରି ଗ୍ରାମ ବାସି ଙ୍କ ସହ ଆଲୋଚନା କଲେ ମୋହନା ବିଧାୟକ

ଗୁମା-(ତାରିଣୀ ପ୍ରସାଦ ପଣ୍ଡା) -ଗୁମା ବ୍ଲକ ବି କଳ।କଟ ପଞ୍ଚାୟତ ଅନ୍ତର୍ଗତ କୂଲାଙ୍ଗ ଗ୍ରାମ ରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କଲେ ଓ ଗ୍ରାମ ବାସୀ ଙ୍କ ସହ ଆଲଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ । ନଷ୍ଟ ହୋଇଥିବା ଘର ଗୁଡିକ କିଭଳି ପୁଣି ହୋଇପାରିବ ସରକାର ସହାୟତା ରେ ତାପ୍ରତି ଦୁଷ୍ଟି ଦେବେବଲି କହିଛନ୍ତି ।ଏଭଳି ଗ୍ରାମ ର ଦୃଶ୍ୟ ଦେଖି ଗଭୀର ଦୁଃଖ ପ୍ରକାଶ କରିଥିଲେ । ତୁରନ୍ତ ସରକାର ଙ୍କୁ ଅନୁରୋଧ କରି କିପରି ଥଇଥାନ ହୋଇପାରିବେ ତା ବିଷୟ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଗମାଙ୍ଗ ଘର ଘର ବୁଲି ଲୋକ ମାନଙ୍କୁ ଆଶ୍ୱାସନ ଦେବା ସହ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କୁଲାଙ୍ଗ ରେ ଥିବା ଚର୍ଚ୍ଚ ରେ ଏକ ପ୍ରାର୍ଥନା ସଭା କରିଥିଲେ । କୁଲାଙ୍ଗ ଗ୍ରାମ ଗ୍ରସ୍ତ ରେ ତାଙ୍କୁ ସହଯୋଗ କରିଥିଲେ ପାରଳାଖେମୁଣ୍ଡି ର ସମସ୍ତ ଙ୍କ ପ୍ରିୟ ପୂର୍ବତନ ଉପାଧକ୍ଷ ସଞ୍ଜୟ କୁମାର ଅଧିକାରୀ ଗୁମା ପୂର୍ବତନ ଉପାଧ୍ୟକ୍ଷ ବେନିକ ଗୋମଙ୍ଗ କୃଷ୍ଣ କୁମାର ବେହେରା କୁନା ମାଝି ଲଳିତମହନ ଦଣ୍ଡସେନା ସନ୍ତୁ ସାହୁ ମଣ୍ଡୁ ଲିମା ଲବ ସାହୁ ଓ ଅନ୍ୟାନ୍ୟ ସହଯୋଗୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ