ମଣ୍ଡି ବୁଲିଲେ ବିଜେପି ନେତା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଆଜି ମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଛି । ଚାଷୀ ପଞ୍ଜିକରଣ ତୃଟି ଓ ମିଲର ମାନଙ୍କ ମନମାନି ଯୋଗୁ ଧାନକ୍ରୟରେ ଅନେକ ସମସ୍ୟା ଦେଖାଦେଉଥିବା ବିଜେପି ନେତା ବଦ୍ରୀନାରାୟଣ ଧଳ ମଣ୍ଡି ଚାଲ ଅଭିଯାନ ଅବସରରେ ପ୍ରକାଶ କରିଛନ୍ତି । ଶ୍ରୀଧଳ ଆଜି କର୍ମକର୍ତ୍ତା ମାନଙ୍କ ସହ ଆଦମପୁର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମଣ୍ଡିରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଯୋଗାଣ ବିଭାଗ ପକ୍ଷରୁ ପାଞ୍ଚଗୋଟି ମିଲକୁ ଧାନ ଉଠାଇବା ପାଇଁ ସ୍ୱୀକୃତୀ ପ୍ରଦାନ କରିଥିବାବେଳେ ମିଲର କତ୍ତୃପକ୍ଷ ଏଥିରେ ଧାନ ନେବା ପାଇଁ ବିଳମ୍ବ କରୁଥିବା ଉପସ୍ଥିତ ଚାଷୀମାନଙ୍କ ଠାରୁ ଶ୍ରୀଧଳ ଜାଣିବାକୁ ପାଇଥିଲେ । ବିଜେପିର ମଣ୍ଡି ଚାଲ ପ୍ରତିନିଧି ଦଳରେ ପୂର୍ଣ୍ଣଚନ୍ଦ୍ର ଖିଲାର, ସୁରେଶ ସାମଲ, ନିରଞ୍ଜନ ବାରିକ, ପିତାମ୍ବର ପଣ୍ଡା, ଜୟକୃଷ୍ଣ ନାୟକ, ବିଣ୍ଣୁମୋହନ ସେଠୀ, ସୁରେନ୍ଦ୍ର ଖିଲାର, ଗଙ୍ଗାଧର ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ